ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସି ମାଧ୍ୟମରେ ସାନ୍ଦୁଲ୍ ଜଳ ସେଚନ ପ୍ରକଳ୍ପ ର ଉଦ୍ଘାଟନ ଏବଂ ପାଇପ ଯୋଗେ ଭୂତଳ ଜଳସେଚନର ଭିତ୍ତିପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା ତା ୧୩.୨.୨୦୨୪:ଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାର ହୋଇଛି ବୈପ୍ଳବୀକ ପରିବର୍ତ୍ତନ।ଚାଷ ଓ ଚାଷୀକୁ ନେଇ ପରିଚତି କଳାହାଣ୍ଡି ଜିଲ୍ଲା। ଚାଷ ହିଁ ହେଉଚି ଏଠାକାର ଲୋକଙ୍କ ମୁଖ୍ୟ ବେଉସା। ଏହାକୁ ଦୃଷ୍ଟିରେ ରଖି ବିଗତ ଦିନ ମାନଙ୍କରେ ସରକାର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ, ରେତ ଜଳ ସେଚନ ପ୍ରକଳ୍ପ ଆଦି ନିର୍ମାଣ କରି ଚାଷୀଙ୍କ ପାଇଁ ଏକ ନୂତନ ଆଶା ଆଣିଦେଇଥିଲା ବେଳେ ଏବେ କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନ ରେ ସମଗ୍ର ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିଗ୍ରହଣ କରିଛି। ସେହି ଭଳି କପା ଉତ୍ପାଦନ ରେ କଳାହାଣ୍ଡି ପ୍ରଥମ୍ ହୋଇଥିବା ବେଳେ ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା , ନର୍ଲା ଓ ମଦନପୁର ରାମପୁର କୁ ଜଳ ସେଚନ ର କୌଣସି ବ୍ୟବସ୍ଥା ନଥିବା ରୁ ଅନେକ ସମୟରେ ମରୁଡି ର ସାମ୍ନା କରି ଆସୁଥିଲେ ଚାଷୀ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସିଥିବା ସମୟରେ ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଡୁଟା ଠାରେ ସାନ୍ଦୂଳ ନଦୀରେ ଏକ ବ୍ୟରେଜ୍ ନିର୍ମାଣ କରି ଚାଷୀଙ୍କୁ ଜଳ ଯୋଗାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଯାହା ଆଜି ପୁରଣ ହୋଇଛି । ୧୨୬.୪୭ କୋଟି ଟଙ୍କାରେ ସାଦୁଲ୍ ବ୍ୟାରେଜ୍ ନିର୍ମାଣ କରାଯାଇଛି ଯାହାକି ଜୁଲାଇ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ର ଚୁକ୍ତିନାମା ହୋଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଗ୍ରହ ଏବଂ ୫ ଟି ଅଧ୍ୟକ୍ଷ ଙ୍କ ପ୍ରଚେଷ୍ଟା ଯୋଗୁଁ ୫ ମାସ ଆଗରୁ ଏହା ଉଦ୍ଘଘଟାନ ହେଲା । ଆଭସି ମାଧ୍ୟମରେ ମୂଖ୍ୟମନ୍ତ୍ରୀ ୧୮୯.୭୭ କୋଟି ଟଙ୍କା ଅଟକଳ ରେ ଭୂତଳ ପାଇପ କେନାଲ ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ। ଆଜି ଏହି ଅବସରରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ଜିଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଏମ ରାମପୁର ବ୍ଲକ୍ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ ମଞ୍ଚାସିନ ଥିଲେ।
ସାନ୍ଦୁଲ୍ ଭୂତଳ ପାଇପ ଜଳସେଚନ ଯୋଗୁଁ କେସିଙ୍ଗା ବ୍ଲକ ର ୧୪ ଗ୍ରାମ,କର୍ଲାମୁଣ୍ଡା ବ୍ଲକ୍ ର ୧୩ ଗ୍ରାମ ଓ ନର୍ଲା ବ୍ଲକ୍ ର ୨ ଟି ଗ୍ରାମ ର ଏଭଳି ମୋଟ ୨୯ ଟି ଗ୍ରାମର ୫୦୦୦ ହଜାର ହେକ୍ଟର ଜମି କୁ ଖରିଫ ଋତୁ ରେ ଜଳ ଯୋଗାଣ ହୋଇ ପାରିବ ଏବଂ ପ୍ରାୟ ୧୫୦୦୦ ଚାଷୀ ପରିବାର ଏହାଦ୍ବାରା ଲାଭବାନ ହୋଇପାରିବେ।ଏହି ସାନ୍ଦୁଲ ପ୍ରକଲ୍ପ ଯୋଗୁଁ ଜଳସେଚନ ସହ ଭୂତଳ ଜଳ ସଂରକ୍ଷଣ, ମତ୍ସ୍ୟ ଚାଷ,ଗୋପାଳନ , ବହୁମୁଖୀ ଚାଷ କାର୍ଯ୍ୟ ଯୋଗୁଁ ଚାଷୀ ଲାଭବାନ ହୋଇପାରିବେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ନିଜ ବକ୍ତବ୍ୟ ରେ ମୂଖ୍ୟମନ୍ତ୍ରୀ ଙ୍କୁ ଚାଷୀକୁଳର ବନ୍ଧୁ କହିବା ସହ ସମୟ ପୂର୍ବରୁ ସାନ୍ଦୂଲ୍ ପ୍ରକଲ୍ପ ର ନିର୍ମାଣ ଶେଷ ହେବା ୫ ଟି ମନ୍ତ୍ର ର ସମୟ କୁ ଗୁରୁତ୍ଵ ଦିଆଗଲା ବୋଲି କହି ମୂଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ଚାଷୀ , ଅଞ୍ଚଳର ଜନସାଧାରଣ ମାନେ ସାମିଲ ହୋଇଥିବା ବେଳେ ଅଞ୍ଚଳର ଜନ ପ୍ରତିନିଧି,ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜଳସମ୍ପଦ ଚିଫ ଇଞ୍ଜିନିୟର ସୁଶିଲ ବେହେରା, ଅତିରିକ୍ତ ଚିଫ ଇଞ୍ଜିନିୟର ନିର୍ଭିଗ୍ନ ଭୋଇ, ଏସ ଇ ଜଳସେଚନ ଯୀଶୁକ୍ରୀଷ୍ଣ ବେରିହା, ଡି ଆଇ ପି ଆର୍ ଓ ମନୋଜ ବେହେରା, ଏସ ଡି ଓ ତାରାପ୍ରସାଦ ନାଏକ,ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

0
0
0
s2sdefault