ହେଡଲାଇନସ୍:

ଦେଶରେ ୨୫ କୋଟି ଅପାର ଆଇଡି ତିଆରି ହେବା ବଡ଼ ଉପଲବ୍ଧି – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତୀୟ ସମ୍ମିଳନୀ 'ଅପାର୍: ୱାନ୍ ନେସନ୍ ୱାନ୍ ଷ୍ଟୁଡେଣ୍ଟ୍ ଆଇଡି କାର୍ଡ'ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

  • • ବିଦ୍ୟାର୍ଥୀଙ୍କ ସମ୍ମାନଜନକ, ବିଶ୍ୱାସୀ ଓ ଆକାଂକ୍ଷା ଭଳି ଡକ୍ୟୁମେଣ୍ଟ ଅପାର ଆଇଡି କାର୍ଡ

  • • ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ୫୩ଟି ଡିପିଆଇ ବିକଶିତ ହୋଇଛି, ସେଥିମଧ୍ୟରୁ ୧୯ଟି କେବଳ ଭାରତରେ ହୋଇଛି

  • • ପ୍ରତ୍ୟେକ ଛାତ୍ରଙ୍କୁ ଅଭିନବ ଏବଂ ସ୍ଥାୟୀ ୧୨ ଅଙ୍କ ବିଶିଷ୍ଟ ପରିଚୟପତ୍ର ପ୍ରଦାନ କରି ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଏବଂ ଉପଲବ୍ଧ ଶୈକ୍ଷିକ ଅଭିଜ୍ଞତା ପ୍ରଦାନ କରିବା

ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୧୩, ୨୦୨୪ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ କଳ୍ପନାରେ ଆଜି ଦେଶରେ ୨୫ କୋଟି ଅପାର୍ ଆଇଡି ତିଆରି ହେବା ଏକ ବଡ ଉପଲବ୍ଧି ବୋଲି ମଙ୍ଗଳବାର ନୂଆଦିଲ୍ଲୀରେ 'ଅପାର୍: ୱାନ୍ ନେସନ୍ ୱାନ୍ ଷ୍ଟୁଡେଣ୍ଟ୍ ଆଇଡି କାର୍ଡ' ଶୀର୍ଷକ ଜାତୀୟ ସମ୍ମିଳନୀକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦ୍ୟାର୍ଥୀଙ୍କ ଛାତ୍ର ଜୀବନରେ ଆଇଡି କାର୍ଡ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆଇଡିକୁ ଗୌରବର ସହ ସେମାନେ ପାଖରେ ରଖିଥାନ୍ତି । ଦେଶର ପ୍ରଗତି ଭଳି ଆଇଡି କାର୍ଡର ମଧ୍ୟ ବିକଶିତ ହୋଇଛି । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ୧୬ଟି ଦେଶରେ ଏଭଳି ୫୩ଟି ଡିପିଆଇ ବିକଶିତ ହୋଇଛି, ସେଥିମଧ୍ୟରୁ ୧୯ଟି କେବଳ ଭାରତରେ ହୋଇଛି । ଅପାର ଆଇଡି କାର୍ଡ ଏକ ସମ୍ମାନଜନକ, ବିଶ୍ୱାସୀ ଓ ଆକାଂକ୍ଷା ଭଳି ଡକ୍ୟୁମେଣ୍ଟ । ଏହି ଅବସରରେ ଶ୍ରୀ ପ୍ରଧାନ ଅପାର ଆଇଡି, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ଏବଂ ଡିଜି ଲକରର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ କ୍ଷେତ୍ର ଯଥା ସ୍ୱୟଂ, ଦୀକ୍ଷା ଇତ୍ୟାଦି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଦ ଅଟୋମେଟେଡ୍ ପରମାନେଟ୍ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (ଅପାର) ହେଉଛି ୨୦୨୦ର ଜାତୀୟ ଶିକ୍ଷା ନୀତି (ଏନଇପି) ଏବଂ ନ୍ୟାସନାଲ କ୍ରେଡିଟ୍ ଆଣ୍ଡ କ୍ୱାଲିଫିକେସନ ଫ୍ରେମୱାର୍କ (ଏନସିଆରଏଫ) ସହିତ ସମନ୍ୱୟ ରକ୍ଷା କରି ଆରମ୍ଭ କରାଯାଇଥିବା ଏକ ପରିବର୍ତ୍ତନମୂଳକ ପଦକ୍ଷେପ । ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଛାତ୍ରଙ୍କୁ ଏକ ଅଭିନବ ଏବଂ ସ୍ଥାୟୀ ୧୨ ଅଙ୍କ ବିଶିଷ୍ଟ ପରିଚୟପତ୍ର ପ୍ରଦାନ କରି ସମଗ୍ର ଭାରତରେ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ଏବଂ ଉପଲବ୍ଧ ଶୈକ୍ଷିକ ଅଭିଜ୍ଞତା ପ୍ରଦାନ କରିବା ତଥା ସେମାନଙ୍କର ଶିକ୍ଷାଗତ ସଫଳତାକୁ ଗୋଟିଏ ସ୍ଥାନରେ ସୁଦୃଢ଼ କରିବା ।

0
0
0
s2sdefault