ହେଡଲାଇନସ୍:

ବିକାଶ କ’ଣ ତାହା ଯାଜପୁର ଆସି ଦେଖନ୍ତୁ ବିରୋଧୀ: ପାଣ୍ଡିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିରୋଧୀଙ୍କ ଆଡକୁ ସିଧା ତୀର, ବିଜେପି କେନ୍ଦ୍ରୀୟ ନେତାଙ୍କୁ ବି ଛାଡ଼ୁନାହାନ୍ତି ପାଣ୍ଡିଆନ

  •  ଯାଜପୁର ମାଟିରୁ ବିରୋଧୀଙ୍କୁ ଟାର୍ଗେଟ

  •  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମାରିଲେ ତୀର

  •  ଯାଜପୁରରେ ଦେଖିଯାଆନ୍ତୁ ବିକାଶ ଚିତ୍ର

  •  ଚୌକି ଓ କ୍ଷମତାଲୋଭୀ ନୁହନ୍ତି ଆମ ମୁଖ୍ୟମନ୍ତ୍ରୀ

  •  ସେବାର ପ୍ରତୀକ ହେଉଛନ୍ତି ନବୀନ ପଟ୍ଟନାୟକ

  •  ଯାଜପୁରରେ ଦେଲେ ବିକାଶର ହିସାବ

ଯାଜପୁର : ଯାଜପୁର କୁସୁମାରୁ ବିରୋଧୀଙ୍କୁ ମାରିଲେ ବାଣ। ସାଧାରଣ ସଭାରେ ଯୋଗ ଦେଇ ବିରୋଧୀ ବିଜେପିକୁ କଡ଼ା ସମାଲୋଚନା କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି କହିଥିଲେ। ସେ ପ୍ରଥମେ ଯାଜପୁର ଜିଲ୍ଲା ବୁଲିକି ଦେଖନ୍ତୁ ଆଉ ତା ପରେ ଏହି କଥା କହିବେ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ବିରୋଧୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାର ଗଠନ ଲାଗି ଗୁରୁତ୍ଵ ଦିଅନ୍ତିନି କି କ୍ଷମତା ପଛରେ ଦୌଡିବାକୁ ଚାହାନ୍ତି ନାହିଁ । ଲୋକଙ୍କ ସେବା କରିବାକୁ ଚାହାଁନ୍ତି। ଚୌକି ପାଇଁ କିମ୍ବା କ୍ଷମତା ଲାଗି ଲାଳାୟିତ ନୁହଁନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ ହେଉଛନ୍ତି ସେବାର ପ୍ରତୀକ। ଯିଏ କ୍ଷମତାକୁ ଆସିବୁ ବୋଲି ଖାଲି କହୁଛି ତାଙ୍କୁ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଉତ୍ତର ଦେବେ। ସାଧାରଣ ସଭାକୁ ସମ୍ବୋଧିତ କରି କରି ଏମିତି କହିଛନ୍ତି ଫରାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ମୁଖ୍ୟମନ୍ତ୍ରୀଙ୍କ ସେବା ଲାଗି ୨୪ ବର୍ଷ ହେଲା ତାଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସୁଛନ୍ତି। ଚୌକି କିମ୍ବା ସରକାର ଗଠନ ମୋହରେ ନାହାନ୍ତି ମୁଖ୍ୟମନ୍ତ୍ରୀ। ସରକାର ଗଠନକୁ ଗୁରୁତ୍ଵ ଦିଅନ୍ତିନି, ଲୋକଙ୍କ ସେବାକୁ ଦିଅନ୍ତି ଗୁରୁତ୍ଵ। ଏଇ ବୟସରେ ମଧ୍ୟ ସେ ଲୋକଙ୍କ ଲାଗି ଦିନରାତି ଖଟୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରୁ ସେ ମଧ୍ୟ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ଲୋକଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।
ଯାଜପୁର କୁସୁମାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗତ ବର୍ଷ ଅଗଷ୍ଟ ୩୦ ତାରିଖରେ ସେ ଯାଜପୁର ଗସ୍ତ କରିଥିଲେ। ଅଗଷ୍ଟ ମାସରୁ ଇତି ମଧ୍ୟରେ ସେତେବେଳେ ମିଳିଥିବା ୨୫୪୦ ଦରଖାସ୍ତରୁ ୨୩୦୦ ଦରଖାସ୍ତର ସମାଧାନ ହୋଇଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ। ଗତ ୬ ମାସ ମଧ୍ୟରେ ଯାଜପୁର ଜିଲ୍ଲା ପାଇଁ ୬୧୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମାସକୁ ଶହେ କୋଟି ହିସାବରେ ଯାଜପୁର ପାଇଁ ଟଙ୍କା ମଂଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ।
ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଲାଗି ୧୫ କୋଟି, ବରାହ ନଦୀ ଦ୍ଵୀପାଞ୍ଚଳର ବିକାଶ ଲାଗି ୧୫ କୋଟି। ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଲାଗି ୭ କୋଟି ୬୦ ଲକ୍ଷ, ଦଶରଥପୁରର ସିଦ୍ଧେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ବିଂଝାରପୁର ବରୁଣେଶ୍ଵର ମନ୍ଦିର ଲାଗି ୭ କୋଟି, ଯାଜପୁର ବେଲେଶ୍ଵର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ରସୁଲପୁରର ନାରାୟଣ ଗୋସାଇଁ ମନ୍ଦିର ଲାଗି ୧ କୋଟି୫୦ ଲକ୍ଷ, ଧର୍ମଶାଳାର ଗୋପନେଶ୍ଵର ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ, ସୁକିନ୍ଦାର ଜଗନ୍ନାଥ ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ, ଦଶରଥପୁରର ଜୟ ଚଣ୍ଡୀପୀଠ ଲାଗି ୧କୋଟି ୫୦ ଲକ୍ଷ, ରସୁଲପୁରର ଖଗେଶ୍ଵରୀ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ବ୍ୟାସନଗର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ, ଯାଜପୁରର ବାପଟିଷ୍ଟ ଚର୍ଚ୍ଚ ଲାଗି ୧କୋଟି ୯ ଲକ୍ଷ, ଛତିଆ ଟୁରିଜମ କମ୍ଲେକ୍ସ ଲାଗି ୧ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ବିଭିନ୍ନ ସେତୁଲାଗି ମଧ୍ୟ ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଚିଙ୍ଗୁଡ଼ିଆ ନାଳ ଉପରେ ସେତୁ ଲାଗି ୬୦ କୋଟି ମଂଜୁର ହୋଇଛି। ବେହେରାପାଟଣା-ବାଲିପୋଖରୀ ରାସ୍ତାର ବୈତରଣୀ ନଦୀ ଉପରେ ସେତୁ ଲାଗି ୨୨ କୋଟି ୧୮ ଲକ୍ଷ, ନାଳିଆ ବଳଭଦ୍ରପୁର ଭାୟା କପିଳାକୁ ସଂଯୋଗ କରୁଥିବା ସେତୁ ଲାଗି ୧୮ କୋଟି ୮୦ ଲକ୍ଷ ମଂଜୁର ହୋଇଛି। ମେଣ୍ଟା-କୁଶଭଦ୍ରା ରାସ୍ତା ବ୍ରାହ୍ମଣୀ ନଦୀ ଉପରେ ସେତୁ ଲାଗି ୧୮ କୋଟି ୭୦ ଲକ୍ଷ ମଂଜୁର ହୋଇଛି। ଯାଜପୁର ଜିଲାରେ ୧୯ଟି ରାସ୍ତାର ଉନ୍ନତୀକରଣ ଲାଗି ୧ କୋଟି ୩୦ ଲକ୍ଷ ମଂଜୁର ହୋଇଛି। ଦଶରଥପୁର ନ୍ୟୁ ସାଇନ୍ସ ଓ ଆର୍ଟସ କଲେଜ ଲାଗି ୧୫ କୋଟି ଓ ବ୍ୟାସନଗର କଲେଜର ଆର୍ଟସ ଓ ସାଇନ୍ସ ବ୍ଲକ ପାଇଁ ୧୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।
କଥା ନୁହେଁ କାମରେ ମୁଖ୍ୟମନ୍ତ୍ରୀ ବିଶ୍ଵାସ କରନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଯାଜପୁର ଜିଲ୍ଲାବାସୀ ଯେଉଁ ବିଶ୍ଵାସ ଭଲ ପାଇବା ଦେଇଛନ୍ତି ସେଥିପାଇଁ ଋଣୀ ବୋଲି କହି କୃତଜ୍ଞତା ଜଣାଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ସଶକ୍ତ ଓଡିଶା ଗଠନ । ଯେଉଁ ରାଜ୍ୟରେ ଜଣେ ଗରିବ ମଧ୍ୟ ବଡ଼ ବଡ଼ ସ୍ବପ୍ନ ଦେଖିପାରୁଥିବ ଓ ତାହା ସାକାର ହୋଇପାରୁଥିବ। ଯାଜପୁରର ସମସ୍ତ ୭ ନିର୍ବାଚନମଣ୍ଡଳିରେ ନବୀନ ପଟ୍ଟନାୟକ ହିଁ ପ୍ରାର୍ଥୀ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ଆଗାମୀ ଦିନରେ ଯାଜପୁର ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ଆଶା ପୋଷଣ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

0
0
0
s2sdefault