ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁମାଲ ଗ୍ରାମରେ ୧୧ ଷ୍ଟାର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ପଞ୍ଚ ଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୦୮ ତାରିଖ ରୁ ଆରମ୍ଭ ହୋଇ ୧୨ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ବ୍ଲକ ଅଧକ୍ଷ୍ୟ ପ୍ରଣୟ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ଆଇନଜୀବୀ ନିହାରିକା ଗିରି , ଡ. ବଳରାମ ବେହେରା , ସାମ୍ବାଦିକ ସୁଶାନ୍ତ ପଣ୍ଡା, ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝି, ନାଏବ ସରପଞ୍ଚ ଉପେନ୍ଦ୍ର ବିଭାର ପ୍ରମୁଖ ଯୋଗ ଦେଇଥିଲେ । ମୋଟ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ଖଇରପାଲି ଓ ବନୁପାଲି ଫାଇନାଲ ମ୍ୟାଚ୍ କୁ ଉନ୍ନୀତ ହୋଇଥିଲେ । ଫାଇନାଲ ମ୍ୟାଚ ରେ ଟସ୍ ଜିତି ପ୍ରଥମେ ଖଇରପାଲି କ୍ରିକେଟ କ୍ଲବ ନିର୍ଦ୍ଧାରିତ ୮ ଓଭର ରେ ୩ ଉଇକେଟ ହରାଇ ୧୩୪ ରନ୍ କରିଥିଲା ଜବାବ ରେ ବନୁପାଲି କ୍ରିକେଟ କ୍ଲବ ୮ ଉଇକେଟ ହରାଇ ୧୧୦ ରନ୍ କରିବାରେ ସକ୍ଷମ ହୋଇଥିଲା ।ଏହି ମ୍ୟାଚ୍ ଖଇରପାଲି ଅତି ସହଜରେ ଜିତି ଚମ୍ପିୟାନ ହୋଇଥିବା ବେଳେ ପରିଶେଷରେ ବିଜେତା ଦଳ କୁ ଟ୍ରଫି ସହ ୧୦ ହଜାର ଟଙ୍କା ରନର୍ସଅପ୍ ଦଳ ପାଇଁ ଟ୍ରଫି ସହ ୬ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଶେଷଦେବ ସାହୁ, ଚିତ୍ତ ରଂଜନ ସାହୁ,ସଞ୍ଜୀବ କରାଇ,ରାଜେଶ ସାହୁ ଓ ବିନୟ ସାହୁ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ଶିବୁ ବାରିକ ସ୍କୋରର, ରୁଦ୍ର ସାହୁ ଓ ଦେବେନ୍ଦ୍ର ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ସମାରୁ ସାହୁ ଏବଂ ପିଙ୍କୁ ସାହୁ ଙ୍କ ନେତୃତ୍ୱ ରେ ୧୧ ଷ୍ଟାର କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଓ କେନ୍ଦୁମାଲ ଗ୍ରାମ ବାସୀ ଙ୍କ ସହଯୋଗ ରେ ଟୁର୍ଣ୍ଣାମେଣ୍ଟ ଟି ସଫଳ ହୋଇଥିଲା ।
ରାଜ୍ୟ
୧୧ ଷ୍ଟାର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଜି.ଏସ.ସି.ସି ଖଇରପାଲି ଚମ୍ପିଆନ
- Hits: 277







