ହେଡଲାଇନସ୍:

ପାଇକମାଳ ହାଇସ୍କୁଲରେ ଜାତୀୟ ବିଜ୍ଞାନ କଂଗ୍ରେସ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷlଳୟରେ ଜାତୀୟ ଛାତ୍ର ବିଜ୍ଞାନ କଂଗ୍ରେସ ବି ଇ ଓ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଝାରବନ୍ଧ ବି ଇ ଓ ଶୁଭମ୍ କୁମାର ପତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିଜ୍ଞାନ ର ଉନ୍ନତିରେ ଯୋଗଦାନ କରିବା ପାଇଁ ଆହ୍ଵାନ ଦେଇଥିଲେ l ବିଜ୍ଞାନ ଶିକ୍ଷକ ମାନସ କୁମାର ଶତପଥୀ ଛାତ୍ର ବିଜ୍ଞାନ କଂଗ୍ରେସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ l ଏ ବି ଇ ଓ ରାଧେଶ୍ୟାମ ମେହେର ଓ ଧଲେନ୍ଦ୍ର କୁମାର ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଏଥିରେ ପାଇକମାଳ ବ୍ଲକ ର ସମସ୍ତ ହାଇସ୍କୁଲ ରୁ 63 ଜଣ କୁନି ବୈଜ୍ଞାନିକ ଓ 32 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ l ଆସ ଆମ ପରି ସଂସ୍ଥା କୁ ଜାଣିବା ବିଷୟରେ ବିଜ୍ଞାନ କଂଗ୍ରେସ ର ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମାନସ ରଞ୍ଜନ ଶତପଥି,ସୁବ୍ରତ ପ୍ରଧାନ,ଚିତ୍ତରଞ୍ଜନ ସାହୁ ଏବଂ ଲେଖା ପ୍ରଧାନ ବିଚାରକ ଭାବେ ଯୋଗଦାନ କରିଥିଲେ l ତ୍ରିଲୋଚନ ନାୟକ ଅତିଥି ପରିଚୟ ଏବଂ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ

0
0
0
s2sdefault