ହେଡଲାଇନସ୍:

ଗଡ଼ିଲା ଲକ୍ଷ୍ମୀ , ସୁଗମ ହେଲା ଗ୍ରାମାଞ୍ଚଳ କୁ ଗମନାଗମନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗ୍ରାମାଞ୍ଚଳ ରୁ ନିକଟବର୍ତ୍ତୀ ବ୍ଲକ ମଧ୍ୟରେ ଗମନାଗମନ ର ସୁ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ ହେଉଛି ଲଷ୍ମୀ ବସ ସେବା । ଏହି ସେବା ମାଧ୍ୟମରେ ପ୍ରତେକ ପଂଚାୟତ ସହିତ ବ୍ଲକ କୁ ସିଧା ଯୋଡିବା ଦ୍ୱାରା ଗ୍ରାମାଞ୍ଚଳ ର ଲୋକଙ୍କୁ ଅତି ସୁବିଧା ଓ କମ ଖର୍ଚରେ ପବ୍ଲିକ ଟ୍ରାନ୍ସପୋର୍ଟ ର ବ୍ୟବସ୍ଥା ଯୋଗେଇ ଦେବାର ଲକ୍ଷ ରହିଛି । ଗତ କାଲି ବରଗଡ଼ ରେ ଜିଲ୍ଲାପାଳ , ଏସ ପି , ମନ୍ତ୍ରୀ , ବିଧାୟକ ଙ୍କର ଉପସ୍ଥିତି ରେ ବରଗଡ଼ ରୁ ଭିନ୍ନ ଭିନ୍ନ ବ୍ଲକ କୁ ଲଷ୍ମୀ ବସ ସେବା ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଥିବା ବେଳେ , ଆଜି ପାଇକମାଲ ବ୍ଲକ ଅଫିସ ରୁ ଝାରବନ୍ଧ ପଂଚାୟତ କୁ ଓ ସରେଇକେଲା ପଞ୍ଚାୟତ କୁ ଦୁଇ ଗୋଟି ବସ ଚଳାଚଳ ଆରମ୍ଭ ହୋଇଛି । ସକାଳୁ ପାଇକମାଲ ବିଡିଓ ସ୍ୱୟଂ ସହାୟକ ଗୋଷ୍ଠୀ ସମୂହ ର ମାଁ ମାନଙ୍କ ତଥା ଅନେକ ବ୍ୟକ୍ତି ବିଶେଷ ଙ୍କର ଉପସ୍ଥିତି ରେ ଏହି ଦୁଇ ବସ ର ଶୁଭାରମ୍ଭ କରିଥିଲେ । ପ୍ରଥମ ବସତି ସକାଳ 6 ଘଣ୍ଟାରେ ପାଇକମାଲ ରୁ ମିଠାପାଳି , ବରତୁଣ୍ଡା , ଜାମସେଟ , ଛୀଂଦେଇକେଳା ଦେଇ ଝାରବନ୍ଧ ପର୍ଯନ୍ତ ଯାଇ ପୁଣି ପାଇକମାଲ ଫେରିବ । ସେବିଭଳି ସରେଇକେଲା କୁ ଯିବାକୁ ଥିବା ବସ ଟି ପାଇକମାଲ ରୁ ପଦ୍ମପୁର ଦେଇ ଲଖମରା , ଦେଇ ସରେଇକେଲା ପର୍ଯନ୍ତ ଯିବା ଆସିବା କରିବ । ବର୍ତ୍ତମାନ ବ୍ଲକ କୁ ଦୁଇ ଗୋଟି ବସ ଆସିଥିବା ବେଳେ ଖୁବଶୀଘ୍ର ଆହୁରି 3 ଗୋଟି ବସ ଆସିବାର ଅଛି ବୋଲି ପାଇକମାଲ ବିଡିଓ ଶ୍ରୀ ପ୍ରଫୁଲ ଅଦୁ ସୂଚନା ପ୍ରଦାନ କରିଛନ୍ତି |

0
0
0
s2sdefault