ହେଡଲାଇନସ୍:

ସୁନ୍ଦରଗଡ଼ ଜିଲ୍ଲା ରେ ଲକ୍ଷ୍ମୀ ବସ ସେବା ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହୋଇ ଯାଇଛି ଲକ୍ଷ୍ମୀ ବସ ସେବା। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ୫ ଟି ଜିଲ୍ଲା ଯଥା ବରଗଡ଼, ବଲାଙ୍ଗୀର, କେଉଁଝର, ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲା ରେ ଏହି ଲକ୍ଷ୍ମୀ ବସ ସେବା ର ଶୁଭାରମ୍ଭ କରିଛନ୍ତି।

ଏହି ଅବସର ରେ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡ଼ିଶା ର ସଂଯୋଜକ ଶ୍ରୀ ଯୋଗେଶ ସିଂ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାବାସୀ ଙ୍କ ତରଫ ରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।ସେହିଭଳି ଏହି ଲକ୍ଷ୍ମୀ ବସ ଯୋଜନା ହେଉଛି ବିକାଶ ର ମାଇଲଖୁଣ୍ଟ ଏବଂ ଏହି ଯୋଜନା ଦ୍ବାରା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ରେ ଗମନାଗମନ ବ୍ୟବସ୍ଥା ସୁଗମ ହେବା ସହ ଜିଲ୍ଲା ବାସୀ ଙ୍କ ବିକାଶ ରେ ସହାୟକ ହେଵ ବୋଲି ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ। ସେହିପରି ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ,ମାନ୍ୟବର ମନ୍ତ୍ରୀ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ,ଓଡ଼ିଶା ଲକ୍ଷ୍ମୀ ବସ ଯୋଜନା ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ସ୍ବପ୍ନ କୁ ସାର୍ଥକ କରିଛନ୍ତି ଏବଂ ଏହି ଯୋଜନା ଦ୍ଵାରା ମା ମାନେ
ସଶକ୍ତ ହୋଇଛନ୍ତି ବୋଲି ନିଜ ବକ୍ତବ୍ୟ ରଖିଥିଲେ।
ଏହି ଅବସର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମବେତ ଜନତା ଙ୍କୁ ଉଦବୋଧନ ଦେଇ ଲକ୍ଷ୍ମୀ ବସ ଆମ ଜୀବନକୁ ସହଜ କରିଛି, ଗାଁ ର ଅର୍ଥନୀତି କୁ ମଜବୁତ୍ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ

ଗ୍ରାମୀଣ ସଂଯୋଗିକରଣ ନିମନ୍ତେ ଲକ୍ଷ୍ମୀ ବସ ଯୋଜନା ହେଉଛି ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଯୋଜନା ଦ୍ୱାରା ଗ୍ରାମ ରୁ ସହର କୁ ଅତି କମ ଖର୍ଚ୍ଚ ରେ ତଥା ସହଜ ରେ ଯୋଡିବା ସମ୍ଭବପର ହୋଇ ପାରିଛି । ଏହି ଯୋଜନା ରେ ପଞ୍ଚାୟତ ରୁ ବ୍ଲକ କୁ ବସ ଚଳାଚଳ ର ସୁବିଧା କରାଯାଇଅଛି। ୫ଟି ଯୋଜନା ଅଧିନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲା ର ୨୭୯ ଟି ପଞ୍ଚାୟତ ରେ ୬୫ ଟି ଲକ୍ଷ୍ମୀ ବସ ଚଳାଚଳ କରିବାର ଯୋଜନା ଅଛି।

ଆଜି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ କୁସୁମ
ଟେଟେ, ମାନ୍ୟବର ସଦର ବିଧାୟିକା , ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ମାନ୍ୟବର ବଣାଇ ବିଧାୟକ, ଶ୍ରୀଯୁକ୍ତ ବିନୟ କୁମାର ଟୋପ୍ପୋ, ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ,ସୁନ୍ଦରଗଡ଼ ପୌରପାଳିକା ର ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ପରିଡ଼ା, ଓଡ଼ିଶା ରାଜ୍ୟ ସଡକ ପରବହନ ନିଗମ, ଭୁବନେଶ୍ୱର ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିପ୍ତେସ ପଟ୍ଟନାୟକ, ଜିଲ୍ଲାପାଳ ଡ଼ା ପରାଗ ଗଭାଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସୁକାନ୍ତ ଦାସ, ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ବ୍ଲକ ର ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault