ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ) ଭାରତୀୟ ଜନତା ପାର୍ଟି ଆହ୍ୱାନ କ୍ରମେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ମେହେନ୍ଦିପୁର ମହାଦେବ ମନ୍ଦିର ପରିସରରେ ବରିଷ୍ଟ ବିଜେପି ନେତା ପ୍ରଦୀପ ବେହେରା ଙ୍କ ନେତୃତ୍ୱରେ ତଥା କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ କୃଷକ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗୋ ପୂଜନ କାର୍ଯ୍ୟକ୍ରମ ସମସ୍ତ କୃଷକ ଭାଇମାନଙ୍କ ଉପସ୍ଥିତିରେ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଚାଷୀ ମାନଙ୍କ ନିମନ୍ତେ ଭିଡିଓ କନଫେରେସିଂ ମାଧ୍ୟମରେ ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ବିଜେପି ନେତା ପ୍ରଦୀପ ବେହେରା ଙ୍କ ନେତୃତ୍ୱରେ ଅତିଥି ଭାବେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷିକେଶ ଜେନା, ଜିଲ୍ଲା ଉପସଭାପତି ଶ୍ରୀ ନିର୍ମଳ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଆଲୋକ ଚନ୍ଦ୍ର ମହାନ୍ତି, ନେମାଳ ମଣ୍ଡଳ ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି, ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାପତି ମାମିନା ମହାନ୍ତି, ଉତ୍ତରକୂଳ ପଞ୍ଚାୟତ ସରପଞ୍ଚ ଶୁଭାଶିନୀ ବେହେରା, ପଞ୍ଚମୁଖୀ ମଣ୍ଡଳ ସଭାନେତ୍ରୀ ସୋନିଆ ଶର୍ମା, ଙ୍କ ସହିତ ବହୁ ଚାଷୀ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ | ଏହି ଅବସରରେ ଉପସ୍ଥିତ ଥିବା ବହୁ ଚାଷୀମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ସ୍ଥାନୀୟ ସରପଞ୍ଚ ଶୁଭାଶିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ବିଜେପି ନେତା ପ୍ରଦୀପ୍ତ ବେହେରା ଙ୍କ ନେତୃତ୍ୱରେ ଉତ୍ତରକୂଳ ପଞ୍ଚାୟତରେ କୃଷକ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 218







