ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଆଇନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଅଧ୍ୟକ୍ଷା ଜ୍ୟୋତ୍ସ୍ନା ନାୟକ ଅତିଥି ସ୍ଵାଗତ ଏବଂ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ପୋସ୍କୋ ନିୟମ , ସାଇବର ସୁରକ୍ଷା , ପୀଡ଼ିତ କ୍ଷତି ପୂରଣ ତଥା ଭିଡିଓ କନଫରେନ୍ସ ଅଧିନିୟମ ଇତ୍ୟାଦି ଉପରେ ବକ୍ତବ୍ୟ ରଖିଥିଲେ । ପାୱାର ପଏଣ୍ଟ ମାଧ୍ୟମରେ ସଚିବ ଉପସ୍ଥାପନ କରୁଥିବା ବେଳେ ଛାତ୍ରଛତ୍ରୀମାନଙ୍କ ବିପୁଳ ସହଭାଗିତା ଦେଖିବାକୁ ମିଳିଥିଲା । ସଦସ୍ୟ ମହମ୍ମଦ ଓମର ମାଲ୍ଲିକ ଭାରତୀୟ ସଂସ୍କୃତିର ମହାନତା ଓ ଜାତୀୟତା ଏବଂ ଉତ୍ତମ ସାମାଜିକ ପରିବେଶ ଉପରେ ତଥ୍ୟ ରଖିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଯତ୍ନ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ସୁଉପଯୋଗ ପାଇଁ ସଚିବ ପରାମର୍ଶ ଦେଇଥିଲେ । ଗତବର୍ଷ ଏହି ବିଦ୍ୟାଳୟର ଛାତ୍ରୀ ଓଡ଼ିଶା ରେ ପ୍ରଥମ ହେବାସହ , ବିଦ୍ୟାଳୟ ଶ୍ରେଷ୍ଠତା ଅର୍ଜନ କରିଥିଲା । ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ସଚେତନତାରେ ଅଂଶ ଗ୍ରହଣ କରିଥିଲେ ପ୍ରାଧିକରଣ କର୍ମଚାରୀ ଗଦାଧର ବିଶ୍ୱାଳ, ରାଜେଶ କୁମାର ବାରିକ ଏବଂ ପ୍ରମୋଦ କୁମାର ମହାନ୍ତି କାର୍ଯକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶିକ୍ଷୟତ୍ରୀ ସସ୍ମିତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର ନଯାଗଡ଼ରେ ଆଇନ ସଚେତନତା କାର୍ଯ୍ୟକ୍ରମ
- Hits: 212







