ହେଡଲାଇନସ୍:

ବିଦ୍ୟୁତ ତାର ଲାଗି ଜୀବନ ଗଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଦୁଡୁକାବାହାଲ ଗ୍ରାମ ପଞ୍ଚାୟତ ସର୍ଗିଗୁଡ଼ା ଗ୍ରାମର ଜ୍ୟୋତି ମାଝୀ ବୟସ (୨୮) ପିତା ଆର୍ତ ମାଝୀ ସେ ବିଦ୍ୟୁତ୍ ବିଭାଗରେ ୧୦ ବର୍ଷ ହେବ ହେଲ୍ପର ଭାବରେ କାର୍ଯ୍ୟ କରୁଥିଲେ , ସେ ସବୁଦିନ ଭଳି ନିଜର କର୍ମ କରିବାକୁ ଯାଇଥିଲେ। ଥୁଟିବର ନିକଟ ଏକ ବିଦ୍ୟୁତ୍ ଖୁଣ୍ଟ ରେ କିଛି ତୃଟି ଥିବାରୁ ଖୁଣ୍ଟ ଉପରକୁ ଚଡ଼ି ତାର ଯୋଡ଼ିବା ସମୟ ରେ ହଟାତ୍ ୧୧୦୦୦ କେ.ଭି ବିଶିଷ୍ଟ ତାର ଲାଗି ଜ୍ୟୋତି ଙ୍କ ପ୍ରାଣ ଚାଲି ଯାଇଥିଲା। ମୃତ୍ୟୁ ଖବର ଶୁଣି ପରିବାର ପକ୍ଷରୁ ଟିକିରି ଥାନା ରେ ଲିଖିତ ଅଭିଯୋଗ ପରେ ଟିକିରି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି କର୍ମ ଚାରୀଙ୍କ ଦେଖା ମିଳିନଥିଲା ସେହି ସମୟରେ ମୃତ ବ୍ୟକ୍ତିଙ୍କ ପରିବାର ପୋକ୍ଷରୁ ୧୦ ଲକ୍ଷ କ୍ଷତିପୂରଣ ସହ ପରିବାର ଙ୍କୁ ଥଇଥାନ ଦାବିକରି କାଶିପୁର ଓ ରାୟଗଡ଼ା କୁ ସଂଯଗ କରିଥିବା ରାସ୍ତା ଅବରୋଧ କରିଥିବା ବେଳେ ରାୟଗଡ଼ା ଏସ୍ ଡି ପିଓ ଆର୍ ସେନା ପତି ଘଟଣା ସ୍ଥଳରେ ପହଞ୍ଚିବା ପରେ ବିଦ୍ୟୁତ୍ କର୍ମ ଚାରି ଓ ଏସ.ଡି.ପିଓ ମୃତ ବ୍ୟକ୍ତି ଙ୍କ ପରିବାର ବୁଝା ସୁଝା କରିଥଲେ ମଧ୍ୟ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ରୁ ହଟିନ ଥିବା ଦେଖିବାକୁ ମିଳିଛି ଏବଂ ଦୁର୍ଘଟଣା ଘଟିବା ସମୟ ରୁ ଟିକିରି ଅଞ୍ଚଳ ରେ ବିଦ୍ୟୁତ୍ ନ ଥିବାରୁ ଅଞ୍ଚଳ ବାସି ଅନ୍ଧ କାରରେ ଥିବା ବେଳେ ପିଲା ମାନଙ୍କ ପାଠ ପଢ଼ାରେ ବାଧା ପ୍ରାପ୍ତ ହେବାର ଦେଖିବାକୁ ମିଳିଥିଲା।

0
0
0
s2sdefault