ଭବାନୀପାଟଣା( ଶାସକ ପ୍ରଶାସକ )ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଆଦର୍ଶ ଯୋଜନା ଗୁଡିକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ଓ ଏହାର ସୁଫଳ ଦିଗରେ କାର୍ଯ୍ୟକାରୀ କରିବା ସହ ପଞ୍ଚାୟତ ସ୍ତରରୁ ଜନସାଧାରଣ ସରକାରୀ ସୁବିଧାରୁ ବଞ୍ଚିତ ନ ହେବା ପାଇଁ ପ୍ରୟାସ କରାଯାଉଛି। ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ନର୍ଲା ପଞ୍ଚାୟତ ସମିତି ଅନ୍ତର୍ଗତ ସର୍ଗିଗୁଡ଼ା ପଞ୍ଚାୟତ ଦ୍ଵାରା ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟିକୁ ନର୍ଲା ବିଧାୟକ ଭୂପିନ୍ଦର ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ୍ୟା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ହରିଶଙ୍କର ମାଝୀ ,ଲିଲି ଦୀପ ଉପସ୍ଥିତ ଥିବାବେଳେ ସ୍ଥାନୀୟ ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆ , ନାଏବ ସରପଞ୍ଚ ସୁମିତ୍ରା ଓଝା , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ରାଜ୍ୟ ସରକାର ଧାର୍ମିକ ସ୍ଥଳ ଗୁଡିକର ଉନ୍ନତି କରଣରେ ଜଗନ୍ନାଥ ମନ୍ଦିର ଗୁଡ଼ିକୁ ଆର୍ଥିକ ସହାୟତା ରାଶି ଯୋଗାଇ ଦେବା ସହ ପରିବହନ କ୍ଷେତ୍ରରେ ଲକ୍ଷ୍ମୀ ବସର ସୁବିଧା, କ୍ରୀଡା କ୍ଷେତ୍ରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ଓ ସ୍ଵାସ୍ଥ୍ୟ ସେବାରେ ସ୍ଵାସ୍ଥ୍ୟ କାର୍ଡ ଯୋଜନା ଗୁଡିକୁ ଲାଗୁ କରାଯାଇଛି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। ନର୍ଲା ବ୍ଳକରେ ପ୍ରତି ପଞ୍ଚାୟତରେ କ୍ରୀଡା ସାମଗ୍ରୀ ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ଆମ ଓଡ଼ିଶା ନବୀନ ଓଡ଼ିଶା ଦ୍ଵାରା ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ଯଥା ଏସଏଚଜି ମା ମାନଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରିଥିଲେ,ଉଦ୍ୟାନ, କୃଷି, ଶିକ୍ଷା, ପ୍ରାଣୀ ସମ୍ପଦ, ଜଙ୍ଗଲ , ସ୍ଵାସ୍ଥ୍ୟ, ବିଦ୍ୟୁତ ବିଭାଗର ଷ୍ଟଲ ଗୁଡିକ ପ୍ରଦର୍ଶିତ କରାଯାଇଥିଲା। ପଞ୍ଚାୟତର ସମସ୍ତ କର୍ମଚାରୀ ଓ ଉପସ୍ଥିତ ଜନସାଧାରଣଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିବା ବେଳେ ସ୍ଥାନୀୟ କଳାକାର ଓ ବିଦ୍ୟାଳୟ ଶିଶୁ ମାନଙ୍କୁ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ରାଜ୍ୟ
ସର୍ଗିଗୁଡା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଓ ସଚେତନତା ଶିବିର।
- Hits: 290







