ହେଡଲାଇନସ୍:

ବାଉଁଶଲୁଣ୍ଡି ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରେ ଅର୍ଥମନ୍ତ୍ରୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବିଭିନ୍ନ ଗ୍ରାମପଞ୍ଚାୟତ ରେ ରାଜ୍ୟ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଭିନ୍ନ ଭିନ୍ନ ଭାବରେ, ଆଜି ଫେବୃଆରୀ ମାସ ୨୦୨୪ ରବିବାର ୧୧ ତାରିଖ ଦିନ "ଆମ ଓଡ଼ିଶା ନବୀନ ଓଡ଼ିଶା" ତରଫରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। ଯେପରିକି ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଛାତ୍ରାବାସ ର ଶୁଭାରମ୍ଭ, କଲ୍ୟାଣ ମଣ୍ଡପ, ମୁକ୍ତାକାଶ ବ୍ୟାୟାମ ଶାଳାର ଶୁଭ ଉଦ୍ଘାଟନ ଏବଂ ଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଉଦ୍ଘାଟନ ଇତ୍ୟାଦି।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ର ଜଳ ଯୋଗାଣ ପ୍ରକଳ୍ପ କୁ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ  ଆରୁଖ ଉଦଘାଟିତ କରିଥିଲେ। ବାଉଁଶ ଲୁଣ୍ଡି ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ପ୍ରଥମେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ।ଘୁମୁସର ଅଂଚଳର ବିଶିଷ୍ଟ ସମାଜସେବୀ ଶୁଳପାଣି ଶତପଥି ମଞ୍ଚ ପରିଚାଳନା କରିଥିଲେ। ବାଉଁଶ ଲୁଣ୍ଡି ପଂଚାୟତ ର ବହୁମୁଖୀ ବିକାଶ ବିଷୟରେ ଓ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଷୟରେ ସଚେତନ କରାଯାଇଛି।ନବୀନ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଲୋକଙ୍କ ପାଖରେ ପହଞ୍ଚଇବା ହେଉଛି ଏହି କାର୍ଯ୍ୟ କ୍ରମର ମୁଳ ଲକ୍ଷ୍ୟ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବହୁ କର୍ମୀ, ଭଞ୍ଜନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଭବାନୀ ଶଙ୍କର ପ୍ରଧାନ, ବିଜୁ ଜନତା ଦଳ ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀ ପଞ୍ଚାନନ ପାଳ, ଭାରପ୍ରାପ୍ତ ଶ୍ରୀ ପାଢ଼ୀ, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଶ୍ରୀ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଜିତେନ୍ଦ୍ର କେଶରୀ ଆରୁଖ ଙ୍କ ସମେତ ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମଚାରୀ, ଆଶା କର୍ମୀ ତଥା ବାଉଁଶ ଲୁଣ୍ଡି ପଞ୍ଚାୟତ ର ବହୁ ଜନସାଧାରଣ ଓ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ। ବାଉଁଶ ଲୁଣ୍ଡି ପଞ୍ଚାୟତ ର ବିକାଶ ଧାରା ଜାରି ରହିବ ବୋଲି ଶ୍ରୀଯୁକ୍ତ ଆରୁଖ କହିବା ସହ ବାଉଁଶ ଲୁଣ୍ଡି ପଂଚାୟତ ର ବିଭିନ୍ନ ମନ୍ଦିର ପାଇଁ ଅନୁଦାନ ରାଶି ଘୋଷଣା ମଧ୍ୟ କରିଥିଲେ ଏବଂ ପିଠା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।

0
0
0
s2sdefault