ହେଡଲାଇନସ୍:

ଭଞ୍ଜନଗର ରେ ନୂତନ ଆଇ.ଆଇ.ସି ଙ୍କୁ ସ୍ୱାଗତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀଯୁକ୍ତ କୁମାର ମୁଦୁଲି ଯୋଗଦାନ କରିଛନ୍ତି। କୁମାର ମୁଦୁଲି ପୂର୍ବରୁ କନ୍ଧମାଳ ଜିଲ୍ଲା ନୂଆଁଗା ଥାନା ରେ ଥାନା ଅଧିକାରୀ ଭାବେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇବା ଆସିଛନ୍ତି।ଆଜି ଅର୍ଥାତ୍ ଫେବୃଆରୀ ମାସ ୨୦୨୪ ରବିବାର ଦିନ ସଂଧ୍ୟା ସମୟରେ "କବି ସମ୍ରାଟ ମିଡ଼ିଆ କ୍ଲବ୍ ଭଞ୍ଜନଗର" ଦ୍ୱାରା ନୂତନ ଥାନା ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।କବି ସମ୍ରାଟ ମିଡ଼ିଆ କ୍ଲବ ର ସଭାପତି ପ୍ରଦୀପ ସ୍ୱାଇଁ, ଉପ ସଭାପତି ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଚିନ୍ମୟ ବେବର୍ତା, ସହ ସମ୍ପାଦକ ଉଦୟନାଥ ପଣ୍ଡା, ସଂଯୋଜକ ରଞ୍ଜିତ ଜେନା, ବ୍ରଜ ଷଡଙ୍ଗୀ, ଅଶୋକ ନାୟକ ଉପସ୍ଥିତ ଥିଲେ।ପୂର୍ବରୁ ଭଞ୍ଜନଗର ଥାନା ଅଧିକାରୀ ଭାବେ ଭଗବାନ ପୂଜାରୀ ଅବସ୍ଥାପିତ ଥିଲେ। ନୂତନ ଥାନା ଅଧିକାରୀ ଭଞ୍ଜନଗର ଅଞ୍ଚଳର ଟ୍ରାଫିକ୍ ବ୍ୟବସ୍ଥା, ରାସ୍ତା ରେ ଦ୍ରୁତ ଗାଡ଼ି ଚାଳନା ,ମାଦକ ଦ୍ରବ୍ୟ ର ଅବାଧ ବିକ୍ରି ଉପରେ ଧ୍ୟାନ ଦେବା ସହ ଆଗାମୀ ସାଧାରଣ ନିର୍ବାଚନ କିପରି ସୁରୂଖୁରୁରେ ସରିବ ସେଥିପ୍ରତି ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଛନ୍ତି।

0
0
0
s2sdefault