ହେଡଲାଇନସ୍:

କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୀବିତ ଡ଼ମୁ ଶବରଙ୍କୁ ମୃତ ତାଲିକା ରେ ରଖିବା ଘଟଣା 

କେସିଙ୍ଗା: କେସିଙ୍ଗା ବ୍ଲକ ଗାଇଗାଁ ପଂଚାୟତ କନାବିରା ଗାଁ ର ଡ଼ମୁ ଶବର ଜୀବିତ ଥାଇ ମଧ୍ୟ ତାଙ୍କ ନାମ ମୃତ ବ୍ୟକ୍ତି ତାଲିକାରେ ସାମିଲ କରି ସମସ୍ତ ସାମାଜିକ ସୁରକ୍ଷା ଯୋଜନା ରୁ ବଂଚିତ କରିବା ଘଟଣା ରେ ଜାତୀୟ ମାନବାଧିକାର କମିଶନ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି | ଆସନ୍ତା ୪ ସପ୍ତାହ ମଧ୍ୟ ରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେବା ସହିତ, ରିପୋର୍ଟ ଦାଖଲ ନହେଲେ ମାନବ ଅଧିକାର ସୁରକ୍ଷା ଆଇନ-୧୯୯୩ ର ଧାରା ୧୩ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ କମିଶନ ବାଧ୍ୟ ହେବେ ବୋଲି ସୂଚାଇ ଦେଇଛନ୍ତି |
ଡିସେମ୍ବର ୨୦୨୩ ରେ ଡ଼ମୁ ଶବରଙ୍କ କ୍ଷେତ୍ର ରେ ଘଟିଥିବା ଏଭଳି ଅସଙ୍ଗତି ବିଷୟରେ ଖବର ପ୍ରକାଶ ପାଇବା ପରେ ୧୨ ଡିସେମ୍ବର ୨୦୨୩ ରେ ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସ, କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରି ଡ଼ମୁ ଶବରଙ୍କୁ ନ୍ୟାୟ ଦେବା ଲାଗି ଅନୁରୋଧ କରିଥିଲେ | କମିଶନ ଏହି ଅଭିଯୋଗ ଆଧାର ରେ କେଶ ନମ୍ବର ୨୬୭୨/୧୮/୬/୨୦୨୩ ପଞ୍ଜିକରଣ କରି ଆଜି ୮ ଫେବୃଆରୀ ୨୦୨୪ ରେ ପ୍ରଥମ ଶୁଣାଣି କରିବା ସହିତ ଏହି ନୋଟିସ ଜାରି କରିଛନ୍ତି |

0
0
0
s2sdefault