ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ କଂଗ୍ରେସର ଟାଣୁଆ ଯୁବ ନେତା ତଥା ଆଡଭୋକେଟ ବିଶ୍ବନାଥ ଦାଶ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟିରେ ସ୍ଥାନ ପାଇଛନ୍ତି । ତାଙ୍କୁ ସାଧାରଣ ସମ୍ପାଦକ ରୁପେ ମନୋନୀତ କରାଯାଇଛି । ଚଳିତ ମାସ ୫ ତାରିଖ ସୋମବାର ଦିନ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏ ନେଇ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି । ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲଙ୍କ ଅନୁମୋଦନରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ବିଶ୍ବନାଥଙ୍କ ନିଯୁକ୍ତିରେ ପୁରୀ କଂଗ୍ରେସ ଉଭୟ ଲୋକସଭା ଓ ବିଧାନସଭାରେ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା ସଂଚାର ହୋଇଛି ।
ଏହି ନିଯୁକ୍ତି ପାଇଁ ବିଶ୍ବନାଥ ଦାଶ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପିସିସି ମିଡ଼ିଆ ସେଲ ଚେୟାରମ୍ୟାନ ଡଃ ବିଶ୍ବରଂଜନ ମହାନ୍ତି ଙ୍କୁ କୃତଜ୍ଞତା ଜଣାଇଛନ୍ତି ।







