ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ର ୨୯ ତମ କ୍ୟାମ୍ପୋରୀ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳୀ ସ୍ୱାଇଁଙ୍କ ଦ୍ୱାରା ଆଜି ବୁଧବାର ୭ ତାରିଖ ଫେବୃଆରୀ ମାସ ୨୦୨୪ ଅପରାହ୍ନ ୧୨ ଘଣ୍ଟିକା ସମୟରେ ମହାଆଡମ୍ବର ସହିତ ଶୁଭ ଉଦଘାଟିତ ହୋଇଯାଇଛି l
ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଫେସର କୃତିବାସ ବିଶ୍ୱାଳ ସମ୍ମାନିତ ଅତିଥିଭାବେ ସହ ଉପଜିଲ୍ଲାପାଳ ଦିପ୍ତିମଣୀ ପ୍ରଧାନ, ରାମଚନ୍ଦ୍ର ମହାପାତ୍ର, ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ପଂଚାୟତ ସମିତି ଅଧକ୍ଷ ନରିସଭା ନାୟକ,ସହ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ, ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ,ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ୱାଇଁ,ଜିଲ୍ଲା ଉପସଭାପତି ଡ଼. ପ୍ରଭାତୀ ମହାପାତ୍ର ମଂଚାସୀନ ହୋଇ ଭାରତ ସ୍କାଉଟ ଓ ଗାଇଡ଼ ର ନୀତି, ନିୟମ, ସେବା, ଶୃଙ୍ଖଳା ଉପରେ ବିଭିନ୍ନ ପ୍ରକାର ଉଦାହରଣ ଦେଇ କହିଥିଲେ l ଅତିଥି ମାନଙ୍କୁ ସ୍କାଉଟ ଓ ଗାଇଡ଼ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଭିବାଦନ ପ୍ରଦାନ କରାଯାଇଥିଲା l ଭାରତ ସ୍କାଉଟର ଵିଧି ବ୍ୟବସ୍ଥା ଭିତରେ ସମସ୍ତ କାର୍ଯ୍ୟକ୍ରମକୁ ଅତିଥିମାନେ ଉପଭୋଗ କରିଥିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର, ବାହାଡା ପଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହୃଷିକେଶ ନାୟକ, ଗିରିଜା ଶଙ୍କର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷlକର୍ମଚାରୀଙ୍କ ସମେତ ଆଖ,ପାଖ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଦାୟିତ୍ୱ ସଂମ୍ପର୍ଣ୍ଣ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଶତାଧିକ ଉଚ୍ଚ ବିଦ୍ୟାଳୟରୁ ୧୦୮୭ ଛାତ୍ରଛାତ୍ରୀ ଓ ଏକଶହରୁ ଉର୍ଧ୍ୟ ସ୍କାଉଟ ମାଷ୍ଟର, ଗାଇଡ଼ କ୍ୟାପଟେନ ଙ୍କ ସମେତ ସି. ଆର. ସି. ସି. ଯୋଗଦେଇଥିଲେ l ଏହା ଆଗାମୀ ତିନି ଦିନ ଧରି ଚାଲିବl ସହ ବିଭିନ୍ନ ଦିନରେ ସ୍କାଉଟ ଓ ଗାଇଡ଼ର କାର୍ଯ୍ୟସୂଚୀ ଅନୁଯାଇ ପରିଚାଳିତ ହେବ ଏବଂ ପ୍ରତ୍ୟେକ ଦୀନ ସଂଧ୍ୟା ସମୟରେ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହେବ।l ଶେଷରେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଧନ୍ୟବାଦ ପ୍ରଦାନ କରିଥିଲେ l







