ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}:ଆଜି ବୁଧବାର ୭ ତାରିଖ ଫେବୃଆରୀ ମାସ ୨୦୨୪ ସକାଳୁ ସକାଳୁ ଭଞ୍ଜନଗର ଠାରୁ ୪ କିଲୋମିଟର ଦୂର ଟୋକା ଗଣ୍ଡା ଗ୍ରାମ ମୁଖ୍ୟ ରାସ୍ତାରେ ଟ୍ରକ ଓ ଟ୍ରାକ୍ଟର ମୁହାମୁହି ଧକ୍କା ହେବା ଫଳରେ ଟ୍ରାକ୍ଟର ଚାଳକ ଗୁରୁତର ହେବା ସହ ଟ୍ରାକ୍ଟର ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂର ମାର ହୋଇ ଯାଇଛି। ଟ୍ରକ ର ଗତି ତୀବ୍ର ଥିବାରୁ ନିୟନ୍ତ୍ରଣ ହରାଇ ସାମନା ରୁ ଆସୁଥିବା ଇଟା ଵୋଝେଇ ଟ୍ରାକ୍ଟର କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଁଞ୍ଚି ଛାନ୍ ଭିନ୍ କରିବା ସହ ଟ୍ରକ କୁ ଜବତ କରିଛି ଓ ଗୁରୁତର ଡ୍ରାଇଭର କୁ ଭଞ୍ଜନଗର ଡାକ୍ତର ଖାନାକୁ ପଠାଯାଇଛି।
ରାଜ୍ୟ
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା
- Hits: 384







