ପୁରୀ (ଅନିମେଶ ପଟ୍ଟନାୟକ): ବିସ୍ତୀର୍ଣ୍ଣ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପୁରୀକୁ ଏବେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୂଅ ଛୁଟୁଛି । ହୋଟେଲ ଗୁଡ଼ିକର ସମ୍ମୁଖର ବସି ସମୟ କଟାନ୍ତି ପର୍ଯ୍ୟଟକ। ହେଲେ ବେଳାଭୂମି ଉପରେ ବେଆଇନ ଘର ନିର୍ମାଣ ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ପର୍ଯ୍ୟଟକ। ଘର ନିର୍ମାଣ ଯୋଗୁଁ ବେଳାଭୂମିର ସୌନ୍ଦର୍ଯ ନଷ୍ଟ ହେଉଥିବା କିଛି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି ।
ଲାଇଟ୍ ହାଉସ ସମ୍ମୁଖ ବେଳାଭୂମି ଉପରେ ଚାଲିଛି ବେଆଇନ ଘର ନିର୍ମାଣ । ପ୍ରାୟ ୯ ଫୁଟ ଉଚତା, ୧୦ ଇଞ୍ଚ କାନ୍ଥର ୪ ବଖରା ଘର ତିଆରି ଚାଲିଥିବା ଜଣା ପଡ଼ୁଛି । ଏହା ଏକ ଟିଣ କିମ୍ବା ଆଜବେସ୍ଟ ଘର ହେଲା ପରି ମନେ ହେଉଛି । ବେଳାଭୂମି ଉପରେ ସିମେଣ୍ଟ କଂକ୍ରିଟ ର ସ୍ଥାୟୀ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ସୂଚନା ଥାଉକି ପୂର୍ବରୁ ବିଚ୍ ଫେଷ୍ଟିଭାଲ ପାଇଁ ହୋଇଥିବା କଂକ୍ରିଟ ମଞ୍ଚକୁ ବହୁ ବାଦ ବିବାଦ ପରେ ଭଙ୍ଗାଛି । ଅନେକ ବୁଦ୍ଧିଜୀବୀ ଓ ପରିବେଶବିତ ବେଳାଭୂମିରେ ସ୍ଥାୟୀ ନିର୍ମାଣକୁ ବିରୋଧ କରି ଆସୁଥିଲେ ବି ଏବେ ଏହି ନିର୍ମାଣକୁ ନେଇ ଚୁପ । ବଡ଼ କଥା ହେଲା ବେଳାଭୂମିରେ ନିର୍ମାଣ ନ କରିବାକୁ ନିର୍ଦ୍ଦେଶ ଥିବା ପରେ ବି କାହା ନିର୍ଦ୍ଦେଶରେ ଘର ନିର୍ମାଣ ହେଲା ? କିଏ ଅନୁମତି ଦେଇଛି? ସିଆରଜେଡ୍ ଆଇନ ମାନୁଛନ୍ତି କି ନାହିଁ ଏ ନେଇ କୌଣସି ତଥ୍ଯ କିମ୍ବା ଫଳକ ମରାଯାଇନାହିଁ । ଏ ନେଇ ତୁରନ୍ତ ଜିଲ୍ଲାପାଳ କିଛି ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।







