ହେଡଲାଇନସ୍:

ଡେପୁଟି କଲେକ୍ଟରଙ୍କ ଯୋଗଦାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଭାବେ ସୁଶ୍ରୀ ଦୀପ୍ତିମୟୀ ପାତ୍ର, ଓଡିଶା ପ୍ରଶାସନିକ ସେବା ଡେପୁଟି କଲେକ୍ଟର ଭାବେ ଯୋଗଦାନ କରିଛନ୍ତି । ପୂର୍ବରୁ ସୁଶ୍ରୀ ପାତ୍ର ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେ଼ପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ ଯୋଗଦାନ କରି ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ, ଏହି ଅବସରରେ ଉପ ଜିଲ୍ଲାପାଳ କୀରନଦୀପ କୌର, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ, ସତୀଶ କୁମାର ବଇନି, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ମଙ୍ଗଳ ଅଧିକାରୀ ସୁରଜ ନାୟକ, ଯୋଗାଣ ଅଧିକାରୀ ଦେଵବ୍ରତ ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ସେକ୍ସନ ଅଧିକାରୀ ଓ ସମସ୍ତ ରାଜସ୍ୱ ସହାୟକ ସୁଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

0
0
0
s2sdefault