ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି:'ମୁଖ୍ୟମନ୍ତ୍ରୀ କଳାକାର ଯୋଜନା' ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର .

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ବଢ଼ି ୮୦ ହଜାରକୁ ବୃଦ୍ଧି

  •  5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଆସିଥିଲା ଅନୁରୋଧ ଓ ପ୍ରସ୍ତାବ

  • ଭୁବନେଶ୍ଵର,:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ 'ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା' ରେ ଆଉ ତିରିଶ ହଜାର କଳାକାର ଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି .

  • ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା ।

ଭୁବନେଶ୍ୱର : 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାର ଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ ଛନ୍ତି। ଏହି ଯୋଜନାରେ ୫୦,୦୦୦ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା(ବାର ଶହ ଟଙ୍କା) ସହାୟତା ରାଶି ପ୍ରଦାନ କରାଯାଉଛି।

ବର୍ତ୍ତମାନ ଏହି ଯୋଜନା ର ହିତାଧିକାରୀ ଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରା ଯାଇଛି । ଏହା ଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ ।  ଆମର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା ଅଟନ୍ତି ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି ।

ଏହି ଯୋଜନାରେ ଅଧିକ କଳାକାର ଙ୍କୁ ସାମିଲ କରାଯିବା ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉତ୍ସାହିତ ଓ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବ ।

0
0
0
s2sdefault