ବାଲୁଗାଁ( ସେକ କୌସର ): ଜାତୀୟ ମହିଳା ସମ୍ମେଳନ ଅବସରରେ ଓଡ଼ିଶା ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମହିଳା ହିଂସା ବିଲୋପ ପାଇଁ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ଣରେ ଉତ୍ତରାୟଣୀ ମନ୍ଦିର ନିକଟରୁ ମହିଳାମାନଙ୍କର ଏକ ବିରାଟ ଶୋଭାଯାତ୍ରା ବଜାର ପରିକ୍ରମା କରି ଅଶୋକ ନଗର ବଣିକ ସଙ୍ଘ ପର୍ଯ୍ୟନ୍ତ ଆସିବା ପରେ ସମ୍ମେଳନ ଆରମ୍ଭ ହୋଇଥିଲା।ଆୟୋଜିତ ସମ୍ମିଳନୀରେ ସଭାପତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମାଜିକ କର୍ମୀ ମାନସୀ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରାଧ୍ୟାପିକା ସୁଜାତା ପ୍ରଧାନ କହିଲେ ଯେ ସାମ୍ପ୍ରତିକ ସମୟରେ ଭାରତରେ ନାରୀମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି।ନାରୀମାନଙ୍କ ଅଧିକାର ସମ୍ପର୍କରେ ସମାଜର ଅଧିକାଂଶ ବ୍ୟକ୍ତି ସଚେତନ ନୁହନ୍ତି। ତେଣୁ ପ୍ରତ୍ୟେକ ପୁରୁଷ ନାରୀମାନଙ୍କ ଅଧିକାର ସମ୍ପର୍କରେ ସଚେତନ ହେବା ଦରକାର।ମୁଖ୍ୟ ବକ୍ତାଭାବେ ଯୋଗଦେଇ ବିଶିଷ୍ଟ ଆଡ଼ଭୋକେଟ ଗୌରୀଶଙ୍କର ଷଡ଼ଙ୍ଗୀ ନାରୀମାନଙ୍କ ପାଇଁ ଥିବା ଆଇନ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ଧାରା ଉଲ୍ଲେଖ କରିବା ସହ ଉଭୟ ମହିଳା ଓ ପୁରୁଷଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଓ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ନାରୀମାନଙ୍କ ସଶକ୍ତିକରଣ ଉପରେ ବକ୍ତବ୍ୟ ପ୍ରଦାନକରିଥିଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନ୍ତର୍ଜାତୀୟ ଅଲିମ୍ପିୟାଡ଼ ଦୂତି ଚାନ୍ଦ ନିଜ ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିବା ସହ ନିଜର ଆତ୍ମବିଶ୍ୱାସ ଓ ଅଧ୍ୟବସାୟ ବଳରେ କିପରି ସଫଳତା ତଥା ସମ୍ମାନ ପାଇଛନ୍ତି ତାହା ଉପସ୍ଥାପିତ କରିଥିଲେ। ସଭାପତି ମାନସୀ ପ୍ରଧାନ ଏହି ଅବସରରେ ପାରିବାରିକ ହିଂସାର ବିଲୋପ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦୂତି ଚାନ୍ଦଙ୍କୁ ଇଣ୍ଟରନ୍ୟାସନାଲ ୟୁଥ ଆଇକନ ଭାବେ ସମ୍ମାନିତ କରାଯାଇଥିଲା। ଏଥି ସହ ବାଲୁଗାଁ କଲେଜର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ଦୂତି ଚାନ୍ଦ ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂତି ଚାନ୍ଦ ସମ୍ବର୍ଦ୍ଧିତ କରିଥିଲେ।
ରାଜ୍ୟ
ବାଲୁଗାଁରେ ଅଲିମ୍ପିୟାଡ଼ ଦୂତି ଚାନ୍ଦ, ମହିଳା ସମ୍ମେଳନରେ ଦେଲେ ଯୋଗ
- Hits: 370







