ହେଡଲାଇନସ୍:

ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ( ସେକ କୌସର ): ଆଜି ସନ୍ଧ୍ୟାରେ ବାଲୁଗାଁ ରେଳ ଷ୍ଟେସନରେ ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ଖବର ମୁତାବକ ଆଜି ସନ୍ଧ୍ୟାରେ କୋଣାର୍କ ଏକ୍ସପ୍ରେସରେ ନସମ ପ୍ରଭାକର(୪୭) ଭୁବନେଶ୍ୱରରୁ ବିଜୟୱାଡା ଯାଉଥିବାବେଳେ ବାଲୁଗାଁ ଷ୍ଟେସନ ଠାରେ ଅସୁସ୍ଥତା ଅନୁଭବ କରିବାରୁ ଜିଆରପି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ମାତ୍ର ଡାକ୍ତର ଚିକିତ୍ସା କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ହୋଇଥିବା କହିଥିଲେ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।ଆଜି ଅପରାହ୍ନରେ କୌଣସି କାମ ନେଇ ସ୍ତ୍ରୀ ଓ ଝିଅ ସହ ବିଜୟୱାଡା ଯାଉଥିଲେ। ମୃତ ବ୍ୟକ୍ତି ଜଣକ ତେଲେଙ୍ଗାନା ଖମାମ ଅଞ୍ଚଳର ନସମ ସାମାଇହାଙ୍କ ପୁଅ ନସମ ପ୍ରଭାକର ଯିଏକି ଭୂଷଣ କମ୍ପାନୀରେ କାର୍ଯ୍ୟରତ ଥିବା ସ୍ତ୍ରୀ କହିଛନ୍ତି।

0
0
0
s2sdefault