ହେଡଲାଇନସ୍:

ଘୁମୁସରଜିଲ୍ଲା ଦାବି କୁ ନେଇ ଅଠର ମୁଠା ରଜକ ସମାଜ ର ବିଶାଳ ଶୋଭାଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା):ସମଗ୍ର ଓଡ଼ିଶାର ବୃହତମ ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ର ମାନ୍ୟତା ନେଇ ଉଠୁଥିବା ଦାବି ଦିନ କୁ ଦିନ ଜୋର୍ ଧରିବାରେ ଲାଗିଛି। ସେଥି ନିମନ୍ତେ ଘୁମୁସର ତାଲୁକା ଅଞ୍ଚଳ ର ରଜକ ସମାଜ ପକ୍ଷ ରୁ ଘୁମୁସର ଜିଲ୍ଲା ଦାବୀ ରେ ଭଞ୍ଜନଗର ସହରରେ ଆଜି ଫେବୃଆରୀ ୬ ତାରିଖ ମଗଂଳ ବାର ୨୦୨୪ ସମୟ ଅପରାହ୍ନ ୧୧ ଘଣ୍ଟିକା ରେ ବିଶାଳ ରାଲି ସହ ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି।

ହଜାର ହଜାର ସଂଖ୍ୟା ରେ ରଜକ ସମାଜର ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ଘୁମୁସର ଜିଲ୍ଲା ଗଠନ ଦାବିରେ ନାରା ଦେଇ ସହର ପରିକ୍ରମା ପରେ ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ପରିସର ରେ ସାଧାରଣ ସଭା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ସର୍ବବୃହତ ଉପଖଣ୍ଡ ଭଞ୍ଜନଗର ହୋଇଥିଲେ ସୁଦ୍ଧା ସରକାର ଏହାକୁ ଜିଲ୍ଲାର ମାନ୍ୟତା ଦେଉନାହାନ୍ତି। ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଭଞ୍ଜନଗର ଓକିଲ ସଂଘ, ଘୁମୁସର ବାହିନୀ, ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭିନ୍ନ ଭିନ୍ନ ତରିକା ରେ ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ବେଲଗୁଣ୍ଠା, ଭଞ୍ଜନଗର, ବୁଗୁଡା,ଜଗନ୍ନାଥ ପ୍ରସାଦ, ସୋରଡା ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ଏଥି ସହିତ ଦାବିପତ୍ର, ଚିଠିଲେଖା ଅଭିଯାନ ଏବଂ ସଚେତନତା ରଥ ପରିକ୍ରମା କରାଯାଇଛିl ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆୟୋଜିତ ସଭା ରେ ସୋମନାଥ ନାୟକ, ଭଞ୍ଜ କିଶୋର ପ୍ରଧାନ, ପ୍ରକାଶ ସାହୁ ,ଅରକ୍ଷିତ ପରିଛ ପ୍ରଭୁତି ନିଜର ମତ ପ୍ରକାଶ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଓ ଘୁମୁସର ଅଞ୍ଚଳରେ ରହିଥିବା ରଜକ ସମାଜ ର ମହିଳା ଓ ପୁରୁଷ ମାନେ ଯୋଗଦେବା ସହ ଭଞ୍ଜନଗର ଅଞ୍ଚଳ ର କ୍ରିୟାନୁଷ୍ଠାନ କମିଟି, ଘୁମୁସର ବାହିନୀ,ପ୍ରେସ କ୍ଲବ ସଭ୍ୟ, "କବି ସମ୍ରାଟ ମିଡ଼ିଆ କ୍ଲବ ଭଞ୍ଜନଗର" ,ଓକିଲ ସଂଘ ପ୍ରଭୁତି ସଂଗଠନ ର ସଭ୍ୟ ମାନେ ଯୋଗ ଦେଇଥିଲେ।ଭଞ୍ଜନଗର ସହର ପରିକ୍ରମା କରିବା ସହ ଉପ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ରଜକ ସମାଜ ର ସଭାପତି ଡମ୍ବରୁଧର ସେଠୀ, କାର୍ଯ୍ୟକାରୀ ସଭାପତି ରମେଶ ବେହେରା, ଆବାହକ ନାରାୟଣ ସେଠୀ, ସମ୍ପାଦକ ରାମ ଚନ୍ଦ୍ର ସେଠି,ବିନୋଦ ସେଠି,ନିଳାଞ୍ଚଳ ସେଠୀ, ମୋଚନ ସେଠୀ,ସନ୍ତୋଷ ସେଠୀ,ଚରଣ ସେଠୀ ଅରୁଣ ସେଠି, ଯୋଗେନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

0
0
0
s2sdefault