ହେଡଲାଇନସ୍:

ସ୍ୱାଧୀନତାର ୭୬ ବର୍ଷ ପରେ ଦେଶର ସାକ୍ଷରତା ହାର ୨୦% ରୁ ୮୦%କୁ ବୃଦ୍ଧି ପାଇଛି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

'ଉଲ୍ଲାସ ମେଳା'ର ଉଦଘାଟନ ସହ ‘ବିଦ୍ୟାଞ୍ଜଳି ଛାତ୍ରବୃତ୍ତି କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

  • • ଶତ ପ୍ରତିଶତ ସାକ୍ଷରତା ହେଉଛି ବିକଶିତ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ

  • • ଶିକ୍ଷା ମନ୍ତ୍ରଣାଳୟ ଉଲ୍ଲାସ ମାଧ୍ୟମରେ ଆମର ନିରକ୍ଷର ଭାଇ ଭଉଣୀମାନଙ୍କୁ ଶବ୍ଦ ଓ ପରିସଂଖ୍ୟାନ ଜ୍ଞାନ ସହିତ ସମସ୍ତ ବିଷୟରେ ଦକ୍ଷ କରି ସେମାନଙ୍କ ଜୀବନରେ ନୂଆ ରଙ୍ଗ ଭରୁଛି

  • • ଆମକୁ ଉଲ୍ଲାସ ଭଳି ପଦକ୍ଷେପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ

  • • ଆସନ୍ତା ଜନଗଣନା ପୂର୍ବରୁ ଦେଶରେ ଶତ-ପ୍ରତିଶତ ନାଗରିକ ସାକ୍ଷର ଏବଂ ସକ୍ଷମ ହୁଅନ୍ତୁ, ଏହି ଚ୍ୟାଲେଞ୍ଜକୁ ନେଇ ଆଗକୁ ବଢିବା

  • • ଜନଆନ୍ଦୋଳନକୁ ସଫଳ କରିବା ପାଇଁ ହେଲେ ଶିଖିବା-ଶିଖାଇବାର ଶୈଳୀ ସରଳ କରିବାକୁ ହେବ

  • • ଖେଳ ଏବଂ ଲୋକଭାଷା ଆଧାରିତ ତଥା ନିତିଦିନିଆ କାର୍ଯ୍ୟ ସହ ଜଡିତ ବିଷୟ ଉପରେ ଆଧାରିତ ଜ୍ଞାନ ବାଣ୍ଟିଲେ ହିଁ ସମ୍ପୂର୍ଣ୍ଣ ସାକ୍ଷରତାର ଲକ୍ଷ୍ୟ ପୂରଣ ହୋଇପାରିବ

  • • ‘ବିଦ୍ୟାଞ୍ଜଳି ଛାତ୍ରବୃତ୍ତି କାର୍ଯ୍ୟକ୍ରମ’ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ସୁବିଧା ସୁଯୋଗ ମାଧ୍ୟମରେ ସଶକ୍ତୀକରଣ କରିବାର ଏକ ପ୍ରୟାସ


ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୦୬ – ୧୯୪୭ ମସିହାରେ ଦେଶରେ ସାକ୍ଷରତା ହାର ମାତ୍ର ୨୦ ପ୍ରତିଶତ ଥିବା ବେଳେ ସ୍ୱାଧୀନତାର ୭୬ ବର୍ଷ ପରେ ଏହି ହାର ପ୍ରାୟ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଜାତୀୟ ବାଲ୍ ଭବନରେ ଦୁଇଦିନିଆ 'ଉଲ୍ଲାସ ମେଳା'କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶତ ପ୍ରତିଶତ ସାକ୍ଷରତା ହେଉଛି ବିକଶିତ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଶିକ୍ଷା ମନ୍ତ୍ରଣାଳୟ ଉଲ୍ଲାସ ମାଧ୍ୟମରେ ଆମର ନିରକ୍ଷର ଭାଇ ଭଉଣୀମାନଙ୍କୁ ଶବ୍ଦ ଓ ପରିସଂଖ୍ୟାନ ଜ୍ଞାନ ସହିତ ସାଧାରଣ ଆବଶ୍ୟକତା ସମ୍ବନ୍ଧୀୟ ସମସ୍ତ ବିଷୟରେ ଦକ୍ଷ କରି ସେମାନଙ୍କ ଜୀବନରେ ନୂଆ ରଙ୍ଗ ଭରୁଛି । ଆମକୁ ଉଲ୍ଲାସ ଭଳି ପଦକ୍ଷେପକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ । ଆସନ୍ତା ଜନଗଣନା ପୂର୍ବରୁ ଦେଶରେ ଶତ-ପ୍ରତିଶତ ନାଗରିକ ସାକ୍ଷର ଏବଂ ସକ୍ଷମ ହୁଅନ୍ତୁ, ଏହି ଚ୍ୟାଲେଞ୍ଜକୁ ନେଇ ଆଗକୁ ବଢିବା ଦରକାର । ଦେଶର ବିଦ୍ୟାର୍ଥୀ ମଧ୍ୟ ଏହି ଅଭିଯାନରେ ଭାଗିଦାର ହୋଇପାରିବେ । ନ୍ୟୁ କ୍ରେଡିଟ୍ ଆର୍କିଟେକଚର୍ ଅଧୀନରେ ଯେଉଁ ବିଦ୍ୟାର୍ଥୀ ଯେତେଜଣ ବ୍ୟକ୍ତିଙ୍କ ସାକ୍ଷର କରିବ ସେମାନଙ୍କୁ ସେହି ତୁଳନାରେ କ୍ରେଡିଟ୍ ପଏଣ୍ଟ ଦିଆଯିବ । ଏହା ସେମାନଙ୍କ କ୍ୟାରିୟର ଅଭିବୃଦ୍ଧିରେ ସହାୟକ ହେବ ।

ଜନଆନ୍ଦୋଳନକୁ ସଫଳ କରିବା ପାଇଁ ହେଲେ ଶିଖିବା-ଶିଖାଇବାର ଶୈଳୀ ସରଳ ଓ ସହଜ କରିବାକୁ ହେବ । ଖେଳ ଏବଂ ଲୋକଭାଷା ଆଧାରିତ ତଥା ନିତିଦିନିଆ କାର୍ଯ୍ୟ ସହ ଜଡିତ ବିଷୟ ଉପରେ ଆଧାରିତ ଜ୍ଞାନ ବାଣ୍ଟିବା ପ୍ରଣାଳୀ ଦ୍ୱାରା ହିଁ ସମ୍ପୂର୍ଣ୍ଣ ସାକ୍ଷରତାର ଲକ୍ଷ୍ୟ ପୂରଣ ହୋଇପାରିବ । ଶିକ୍ଷାର୍ଥୀ କଣ ଚାହୁଁଛନ୍ତି, ସେମାନେ କେଉଁ ଉପାୟରେ ଶିଖିବାକୁ ଚାହୁଁଛନ୍ତି, ସେହି ହିସାବରେ ଶିଖାଇବାର ପଦ୍ଧତି ଉପଯୋଗ କରିବା ଦରକାର । ଏହି ପଦ୍ଧତିର ହ୍ୟାଣ୍ଡବୁକ, ଡିଜିଟାଲ ଉପରେ ପ୍ରସ୍ତୁତ କରିବା ସହିତ ସ୍କିଲି ଏବଂ ରୋଜଗାର ସହିତ ଯୋଡାଯାଉ । ପଢିଲେ- ବୁଝିଲେ ହିଁ ଆଗକୁ ବଢିହେବ । ଉଲ୍ଲାସ ହିଁ ସମଗ୍ର ଦେଶରେ ଉଲ୍ଲାସ ଆଣିବ ।

୨୦୩୦ ସୁଦ୍ଧା 'ଶତ ପ୍ରତିଶତ ସାକ୍ଷରତା' ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୦୨୨ରୁ ୨୦୨୭ ଆର୍ଥିକ ବର୍ଷ ପାଇଁ 'ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ' ନାମକ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଅଭିନବ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ ପାଠପଢା ଉପରେ ଅଜ୍ଞ ଥିବା ତଥା ମୌଳିକ ଶିକ୍ଷା ପାଇଁ ସ୍କୁଲ ମାଡି ନଥିବା ୧୫ ବର୍ଷରୁ ତଦୁର୍ଦ୍ଧ୍ୱ ଲୋକଙ୍କୁ ସାକ୍ଷରତାରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଉଲ୍ଲାସ ଅଧୀନରେ ନିରକ୍ଷରତାରୁ ସାକ୍ଷରତା ପର୍ଯ୍ୟନ୍ତ ଯିବାକୁ ନିଷ୍ପତ୍ତି ନେଇଥିବା ସମସ୍ତ ଶିକ୍ଷାର୍ଥୀ ଏବଂ ଏହି ଅଭିଯାନ ସହିତ ଜଡିତ ସମସ୍ତ ଶିକ୍ଷକ ଓ ସ୍ୱେଚ୍ଛାସେବୀମାନଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଅନ୍ୟ ଏକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ ‘ବିଦ୍ୟାଞ୍ଜଳି ଛାତ୍ରବୃତ୍ତି କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଶିକ୍ଷା ପାଇଁ ଅର୍ଥ ସମ୍ବଳ ନଥିବା ଶିକ୍ଷାଗତ ପ୍ରତିଭାବାନ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଯୋଗ ଓ ପ୍ରୋତ୍ସାହନ ଦେବା ପାଇଁ ଆମର କର୍ପୋରେଟମାନେ ଆଗେଇ ଆସିବା ଖୁସିର ବିଷୟ । ଏହି ପଦକ୍ଷେପ ଆମର ଅଭାବୀ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ । ସହଯୋଗ କରିବା ପାଇଁ ଅନେକ କର୍ପୋରେଟ୍ ଆଗେଇ ଆସିବେ । ରାଷ୍ଟ୍ର ଗଠନ ହେଉଛି ସମସ୍ତ ନାଗରିକଙ୍କର ଏକ ମିଳିତ ପ୍ରୟାସ । ଜାତୀୟ ଶିକ୍ଷା ନୀତି କଳ୍ପନାନୁସାରେ ବିଦ୍ୟାଞ୍ଜଳି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ସୁବିଧା ସୁଯୋଗ ମାଧ୍ୟମରେ ସଶକ୍ତୀକରଣ କରିବାର ଏକ ପ୍ରୟାସ ଅଟେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

0
0
0
s2sdefault