ପଦ୍ମପୁର :- ପଦ୍ମପୁର ରୁ ରାଜଧାନୀ ଭୁବନେଶ୍ଵର ପହଞ୍ଚିଲା ଜିଲ୍ଲା ଘୋଷଣା କାର୍ଯ୍ଯକାରୀ ଦାବି । ଗତ ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପଦ୍ମପୁର କୁ ଜିଲ୍ଲା ଘୋଷଣା ର ନିର୍ଧାରିତ ସମୟ ୩୧ ଡିସେମ୍ବର ୨୦୨୩ ବଦଳରେ ଆଜି ପର୍ଯ୍ୟନ୍ତ ଜିଲ୍ଲା ଘୋଷଣା ହୋଇନଥିବାରୁ ପଦ୍ମପୁର କଚେରି ପରିଷର ରେ ଗଣଧାରଣା ଗତ ଫେବୃୟାରୀ ୧ ତାରିଖରୁ ଆରମ୍ଭ ହୋଇ ଚାଲୁଥିବା ବେଳେ ଆଜି ଭୁବନେଶ୍ୱର ର ଆନ୍ଦୋଳନ ପୀଠ ବିଧାନସଭା ସମ୍ମୁଖରେ ଲୋୟର ପିଏମଜି ରେ ଧାରଣା ଓ ଆନ୍ଦୋଳନ ଚାଲିଛି। ଦିର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି କୁ ଅଂଚଳବାସୀ ଅପେକ୍ଷା କରି ରହିଥିବା ବେଳେ ଆଉ ସହ୍ୟ କରିବା ଭଲି ପରିସ୍ଥିତି ନାହିଁ। ଆସନ୍ତା ସାଧାରଣ ନିର୍ବାଚନରେ ଜନତା କିଛି ଠୋସ ପଦକ୍ଷେପ ନେଇପାରନ୍ତି ଯାହା କେବଳ ପଦ୍ମପୁର କିମ୍ବା ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଓଡ଼ିଶାକୁ ପ୍ରଭାବିତ କରିପାରେ କିମ୍ବା ଛତିଶଗଡ଼ ଠାରୁ ପଦ୍ମପୁର ଦେଇ ଓଡିଶା ରେ କିଛି ପ୍ରଭାବ ପଡିପାରେ ବୋଲି ଆଶଂକା ଦେଖା ଦେଲାଣି । ଆଉ କିଛିଦିନ ପରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ର ଫଳ ପାଣି ର ଗାର ହୋଇ ରହିପାରେ ବୋଲି ମଧ୍ୟ ଆଲୋଚନା ହେବାକୁ ଲାଗିଛି। ପଦ୍ମପୁର ରୁ ଭୁବନେଶ୍ୱର ଆନ୍ଦୋଳନର ହାବା ବହିବାରେ ଲାଗିଥିବା ବେଳେ ଆଗକୁ ନିର୍ବାଚନ ଆଖିଆଗରେ ଅଛି ଏଣୁ ସରକାର ଙ୍କ କାର୍ଯ୍ୟକୁ ନେଇ ଅଂଚଳବାସୀ ଅପେକ୍ଷା କରି ରହିଛନ୍ତି ।
ରାଜ୍ୟ
ତେଜିଲା ପଦ୍ମପୁର ଜିଲ୍ଲା ଦାବି : ବିଧାନସଭା ଆଗରେ ଧାରଣା ଦେଲେ କ୍ରିୟାନୁଷ୍ଠାନ କମିଟି ସଦସ୍ଯ l
- Hits: 173







