ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ନବୀନ ଓଡିଶା ଅନ୍ତର୍ଗତ "ଭାଷା ଅତୀତର ଅସ୍ତିତ୍ବ ,ଭାଷା ହିଁ ଭବିଷ୍ୟତ" ବରଗଡ଼ ଟୁକୁର୍ଲା ଠାରେ ଗତ ୫ ଫେବୃୟାରୀ ରେ ଅନୁଷ୍ଠିତ ପ୍ରଥମ ବିଶ୍ବ ଓଡ଼ିଆଭାଷା ଜିଲ୍ଲା ସ୍ତରୀୟ ସମ୍ମିଳନୀରେ ରାଜବୋଡ଼ାସମ୍ବର ବ୍ଲକରୁ ପ୍ରତିନିଧିତ୍ୱ କରିଥିବା କନସିଙ୍ଗା ୟୁ .ପି. ଏସ୍ ର ଛାତ୍ରୀ କୁମାରୀ ଦିଶିତା ସାହୁ ଓ
ପି .କେ .ଏ. ଏଚ .ଏସ, ଖଇରପାଲିର ଛାତ୍ରୀ କୁମାରୀ ଗୁପ୍ତାଞ୍ଜଳୀ ମେହେର ସାହିତ୍ୟ ସୃଜନୀ ପ୍ରଦର୍ଶନୀରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ଏବଂ ସମ୍ପିଆ ପି .ଏସ ର ଛାତ୍ରୀ କୁମାରୀ ମୋନିକା ବେହେରା କୁଇଜ୍ ପ୍ରତିଯୋଗିତାରେ ତୃତୀୟସ୍ଥାନ ଅଧିକାରକରି ରାଜବୋଡ଼ାସଂବର୍ ବ୍ଲକର ଖ୍ୟାତି ବଢ଼େଇଥିବାରୁ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଓ ସହ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଶିବପ୍ରସାଦ ଯୋଶୀ ଏବଂ ଶ୍ରୀ ରାମସିଂ ଭୋଇ ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ଲକସ୍ତରୀୟ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀରେ ପ୍ରଥମ ହୋଇଥିବା ୧୧ ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀରେ ରାଜବୋଡାସମ୍ବର ବ୍ଲକ ଛାତ୍ରୀଙ୍କ କୃତିତ୍ୱ l
- Hits: 168







