ହେଡଲାଇନସ୍:

ପରମପାଙ୍ଗା ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ଗ୍ରାମ ପଞ୍ଚାୟତରେ ଆଜି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବାଲିଗୁଡା ବିଡିଓ, ଜିଲ୍ଲା ପରିଷଦ ପରମପାଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ସମେତ ବହୁତ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁ ଥିବା ଜନସାଧାରଣଙ୍କୁ ଯୋଗାଇ ଦେଉ ଥିବା ବିଭିନ୍ନ ପ୍ରକାର ସୁବିଧା ସମ୍ପର୍କରେ ଶିବିରରେ ଆଲଚନା କର ଯାଇଛି । ଏହା ସହ ପରମପାଙ୍ଗା ଗ୍ରାମରେ ବର୍ଷକ ଭିତରେ ହୋଇ ଥିବା ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ ମଧ୍ଯ ଉପସ୍ଥାପନ କରାଯାଇ ଥିଲା । ୫ଟି ମାଧ୍ୟମରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ମାଧ୍ୟ୍ୟରେ ବହୁତ ମାତ୍ରାରେ ଉନ୍ନତି ହେବାରେ ଲାଗିଛି ବୋଲି ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବକ୍ତବ୍ୟରେ କହିଥିଲେ । ଏହା ସହ ରାଜ୍ୟରେ ବିଭିନ୍ନ ବିଭାଗ ରହିଛି ଏବଂ ବିଭିନ୍ନ ବିଭାଗର ଗୋଟେ ଗୋଟେ ଟୋଲଫ୍ରି ନମ୍ବର ମଧ୍ୟ୍ୟ ରହିଛି ତେଣୁ ଆପଣମାନେ ହେଡ଼ କ୍ୱାଟରକୁ ନ ଯାଇ କୋଲ ମାଧ୍ୟ୍ୟମରେ ଜନସାଧାରଣ ନିଜର ଅଭିଯୋଗ ଜଣାଇ ପାରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ମାଧ୍ୟ ଉପସ୍ଥିତ ରହି ଥିବାସହ ସମସ୍ତ ବିଭାଗର ଅଧିକାରୀମାନେ ସରକାରଙ୍କ ସୁବିଧା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇ ଥିଲେ l

0
0
0
s2sdefault