ରାୟଗଡା ରୁ ବୈକୁଣ୍ଠ ଦୁରିଆ -ପରକୀୟା ପ୍ରତି ସନ୍ଦେହରେ ଛୁରୀ ମାଡ଼, ସ୍ୱାମୀର ଛୁରୀ ମାଡ଼ରେ ସ୍ତ୍ରୀ ଗୁରୁତର, ଗୁରୁତର ଅବସ୍ଥାରେ ବlସନ୍ତି ଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଘଟଣା ସ୍ତଲରେ ପୋଲିସ ପଂହଁଚି ଘଟଣା ର ଅନୁଧ୍ୟାନ ଜାରି ରଖିଥିବା ସମୟରେ ଘଟଣା ସ୍ଥଳରୁ ସ୍ୱାମୀ ପ୍ରଦୀପ ବେହେରା ଫେରାର।ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ନଦୀ ସାହି ଅଞ୍ଚଳରେ।ସୂଚନା ଅନୁଯାୟୀ ସ୍ୱମି ସ୍ତ୍ରୀଙ୍କ ମଧରେ ଆଜି ସକାଳୁ ବଚସା ହୋଇଥିଲା, ସ୍ୱାମୀ ନିଜ ସ୍ତ୍ରୀ କୁ ସନ୍ଦେହ କରୁଥିଲେ କି ତାଙ୍କର ଅନ୍ୟ ସହିତ ପ୍ରେମ ସମ୍ପର୍କ ଥିବା ସହିତ ମୋବାଇଲ ଯୋଗେ ଅନ୍ୟ ସହିତ କଥା ହେଉଥିବା ନେଇ।ଯାହାକୁ ଉଭୟଙ୍କ ମଧରେ ଆଜି ଝଗଡା ଝାଟି ହୋଇ ତାହା ଉଗ୍ର ରୂପ ନେଇଥିଲା।ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ପେଟ ଓ ଦୁଇ ହାତରେ ଛୁରୀ ମାଡ କରିଥିଲେ, ଏବଂ ଘଟଣା ସ୍ତଲୁ ଫେରାର ହୋଇ ପଳାଇ ଥିଲେ।ଗୁରୁତର ଅବସ୍ଥାରେ ବସନ୍ତି ବେହେରା ଚିକିତ୍ସିତ ହେଉଛନ୍ତି, ତାଙ୍କର ସମ୍ପର୍କୀୟ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି।
ରାଜ୍ୟ
ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ସ୍ୱାମୀର ଛୁରା ମାଡ଼, ସ୍ୱାମୀ ଫେରାର !
- Hits: 159







