ହେଡଲାଇନସ୍:

ଜିଲ୍ଲା ସ୍ତରରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଅବସରରେ ସମବେତ "ବନ୍ଦେ ଉତ୍କଳ ଜନନୀ" ଗାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୩.୦୨.୨୦୨୪/ସୁମନ୍ତ କୁମାର ଦାସ:ଭାଷା ଅତୀତ ର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। ଏହି ପ୍ରସଙ୍ଗ କୁ ଭିତ୍ତି କରି ଆଜି ରାଜ୍ୟ ରେ ପାଳିତ ହେଉଛି ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ୨୦୨୪।ଏହି ଅବସରରେ ଆଜି ପୂର୍ବାହ୍ନ ୧୧ ଘଟିକା ରେ ଜଗତସିଂହପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ ଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ର ସମସ୍ତ ଅଧିକାରୀ ଓ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସମବେତ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଥିଲେ।ଏହି ସମୟରେ ଜିଲ୍ଲାର ଜିଲ୍ଲା ପରିଷଦ, ସମସ୍ତ ବ୍ଲକ୍, ଗ୍ରାମ ପଞ୍ଚାୟତ ଓ ପୌର ପରିଷଦ ସ୍ତରରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

0
0
0
s2sdefault