ହେଡଲାଇନସ୍:

" ନୂଆ -ଓ " ଭାଷା ସାହିତ୍ୟ ପ୍ରତିଯୋଗିତା ତରଫରୁ " ଶ୍ରୀ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଏବଂ ଉଦଯାପନୀ ଉତ୍ସବ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ " ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା "ର ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହେଵା ସହିତ ଉକ୍ତ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସୁନାମଧନ୍ୟ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରବଚକ ଅନ୍ନଦା ତ୍ରିପାଠୀ ମୁଖ୍ୟଅତିଥି ତଥା ଆଲୋଚକ ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। " ନୂଆ -ଓ " ର ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର ସଂଯୋଜନା କାରିଥିଲେ। ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ନୋଡାଲ ଅଧିକାରୀ ତ୍ରିନାଥ ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ଅତିଥି ମାନଂକର ସମ୍ବର୍ଦ୍ଧନା କାର୍ଯ୍ୟ ସମ୍ପାଦନ କରିଥିଲେ। ଆଲୋଚକ ଅନ୍ନଦା ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଶିକ୍ଷକ ଶିଶିର କୁମାର ସ୍ୱାଇଁଙ୍କୁ ଅଙ୍ଗବସ୍ତ୍ର,ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପ୍ରବଚକ ତ୍ରିପାଠୀ " ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଆମ ସାମାଜିକ ବୈଚିତ୍ର୍ୟତା " ଶୀର୍ଷକ ସମ୍ପର୍କରେ ବିସ୍ତୃତ ଆଲୋଚନା କାରିଥିଲେ। ସମ୍ମାନିତ ଅତିଥି ଶ୍ରୀ ସ୍ୱାଇଁ ମହୋଦୟ ଶ୍ରୀ ଜଗନ୍ନାଥ ସଂସ୍କୃତିର ସମ୍ୟକ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାର ବିଜେତା ମାନଂକୁ ପ୍ରଶଂସା ପତ୍ର, ପୁରସ୍କାର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ପ୍ରତିଯୋଗିତା ଗୁଡିକର ସ୍ମୁତି ଚାରଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଯଥାକ୍ରମେ ରୁନିଵାଳା ତ୍ରିପାଠୀ, ଦିପୁ ଭୂୟାଁ, ପି ଦିପକ ରାଓ, ଗଙ୍ଗାଧର ରଣା, ବିଭୂତି ଗୌଡ଼, ସୌମେନ୍ଦୁ ପଣ୍ଡା, ପ୍ରଦୀପ ଦିଗାଲ, ଗାଙ୍ଗୁଲି ପାଲଟାସିଂ, ଜୟଶ୍ରୀ ସେଠି, ଭାରତୀ ବିଶ୍ୱାଳ, ସୁଶାନ୍ତ କୁମାର ଲେଙ୍କା, ମହେଶ୍ୱର ଗୌଡ଼, ପଦ୍ମ ଚରଣ ନାୟକ, ରମେଶ ଚନ୍ଦ୍ର ବିଶୋୟୀ, ସନ୍ତୋଷ କୁମାର ବିଷୋୟୀ, ସନ୍ତୋଷ କୁମାର ବିଶ୍ୱାଳ ଏବଂ ରାମଚନ୍ଦ୍ର ନାୟକ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault