ଭୁବନେଶ୍ୱର:ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛିା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଓ କୌତୁହଳପୂର୍ଣ୍ଣ ଖେଳର ଆୟୋଜନ କରାଯାଇଛିା ଏହି କାର୍ଯ୍ୟକ୍ରମରେ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ସହ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତିା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କ ସହ ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ବେଶ୍ ଆଗ୍ରହ ଦେଖିବାକୁ ମିଳିଥିଲାା
ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ଡିଏଭି, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟୟୁନିଟ୍-୮, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟୟୁନିଟ୍-୯ର ୨୦୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତିା
ବିଭିନ୍ନ ଆକର୍ଷଣୀୟ ଖେଳ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମଧ୍ୟରୁ ଓଡ଼ିଆ ଅକ୍ଷର ଶବ୍ଦ ଖେଳ ନିକଟରେ ଛାତ୍ରଛାତ୍ରୀମାନଙ୍କର ଭିଡ଼ ଦେଖିବାକୁ ମିଳିଛିା ଗୋଟିଏ ଓଡ଼ିଆ ଅକ୍ଷରକୁ ନେଇ କିଏ ସର୍ବାଧିକ ଶବ୍ଦ କହିପାରୁଛି, ସେ ନେଇ ହୋଇଥିବା ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କୁ ଖୁବ୍ ଆକର୍ଷିତ କରୁଛିା ଏହାସହ ସୁଲେଖନୀ (କାଲିଗ୍ରାଫି) ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ନାମକୁ ସୁନ୍ଦର ଭାବରେ ଓଡ଼ିଆ ଭାଷାରେ ଲେଖାଉଛନ୍ତିା ଓଡ଼ିଆ ଭାଷାରେ ଟାଟୁ ବା ଚିତାକୁଟା କଳା କରିବାର ଆୟୋଜନ କରାଯାଇଛିା
କେବଳ ସେତିକି ନୁହେଁ ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିକୁ ନେଇ ପ୍ରାୟ ୧୮ରୁ ଅଧିକ ପୋଷ୍ଟକାର୍ଡ ପ୍ରଦର୍ଶନ କରାଯାଇଛିା ସେହି ପୋଷ୍ଟକାର୍ଡରେ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଚିଠି ଲେଖି ପୋଷ୍ଟ କରୁଛନ୍ତିା ଏହି କାର୍ଯ୍ୟକ୍ରମ ଆସନ୍ତା ୫ ତାରିଖ, ସୋମବାର ପର୍ଯ୍ୟନ୍ତ ଚାଲିବା
.







