ହେଡଲାଇନସ୍:

ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସେବା ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର : ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ସମ୍ବଲପୁର ରେଳ ଷ୍ଟେସନ ନୀରିକ୍ଷଣ କରୁଥିବାବେଳେ ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି | ଗୋରଖପୁର-ହାଟିଆ ଏକ୍ସପ୍ରେସର ସମ୍ପ୍ରସାରଣ ଏହି ଅଞ୍ଚଳର ଯାତ୍ରୀମାନଙ୍କୁ ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି |

ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ କରାଯାଉଛି |  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଶିଳାନ୍ୟାସ କରିବେ | ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ ପ୍ରାୟ 370 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ | ଏହି ଷ୍ଟେସନ ମାଧ୍ୟମରେ ସହରର ଉଭୟ ପାର୍ଶ୍ୱ ସଂଯୋଗ ହୋଇପାରିବ |  ସମ୍ବଲପୁର ରେଳ ଷ୍ଟେସନରେ ସମସ୍ତ ଆଧୁନିକ ସୁବିଧା ଯୋଗାଇ ଦିଆଯିବ |

0
0
0
s2sdefault