(ନିଶ୍ଚିନୁକୋଇଲି - ଶାସକ ପ୍ରଶାସକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସାଲେପୁର ଥାନା ଅଧୀନ କଟକ-ଚାନ୍ଦବାଲି ରାସ୍ତାର ଜହ୍ନିଆ ଛକ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି l ଏକ ଯାତ୍ରୀବାହୀ ବସ୍ ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତକଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପକ୍ଷେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ପୋଲିସ ଉଭୟ ଗାଡିକୁ ଜବତ କରିଛି l ମିଳିଥିବା ସୂଚନା ମୁତାବକ ଶନିବାର ସକାଳେ ଏକା ନନ୍ଦଲାଲା (ଓଡ଼ି୦୨ବିଓ୍ବାଇ-୨୧୩୧) ଯାତ୍ରୀବାହୀ ବସ୍ କେଦ୍ରାପଡ଼ାରୁ କଟକ ଯାଉଥିବା ବେଳେ ବିପରୀତ ଦିଗରୁ କେନ୍ଦ୍ରାପଡା ଆସୁଥିବା ଏକା ବାଇକ୍ ସହ ଧକ୍କା ହୋଇଥଲା l ଫଳରେ ୨ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲକୁ ନିଆଯାଇଥିଲା l ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ସାଲେପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘନକୁହୁଡି ହେଉ ଅବା ଦ୍ରୁତ ଗାଡି ଚଲାଇବା ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି l
ରାଜ୍ୟ
ଜହ୍ନିଆ ଛକରେ ଦୁର୍ଘଟଣା : ଯାତ୍ରୀବାହୀ ବସ୍ ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ l
- Hits: 598







