ନବରଙ୍ଗପୁର / ଅଶୋକ ସାହୁ, ଶାସକ ପ୍ରଶାସକ: ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନ କାର୍ଯ୍ୟକ୍ରମ ନବରଙ୍ଗପୁର ମହିଳା ସ୍ନାତକ ମହାବିଦୟାଳୟରେ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଏହି କାର୍ଯ୍ୟକ୍ରମ ର ନୋଡାଲ ଅଫିସର୍ ଶ୍ରୀମତୀ ମାଳେଶ୍ୱରୀ ସାହୁ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ତଥା ମହାବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଓଡ଼ିଆ ଭାଷା ସୁରକ୍ଷା ରେ ଛାତ୍ରୀ ଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ବିଶିଷ୍ଟ ସାହତ୍ୟିକ ତଥା ସାଇ କ୍ୟାର ର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ନାଟ୍ୟକାର ତଥା ଆଶା କିରଣ ର ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ବେହେରା ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ହିଁ ଓଡ଼ିଶା ର ସଂସ୍କୃତି ଓ ଏହା ଏକ ମହାନ୍ ସଂସ୍କୃତି ବୋଲି କହିଥିଲେ। ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଡ଼ ସଂଯୁକ୍ତା ପଣ୍ଡା ସ୍ବାଗତ ଅଭିଭାଷଣ ରଖିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ସାହୁ ଭାଷା ସୁରକ୍ଷା ଓ ସମୃଦ୍ଧ ଓଡ଼ିଶା ଗଠନ ରେ ଛାତ୍ରୀ ଙ୍କ ଗୁରୁତ୍ଵ ସମ୍ପର୍କରେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମ ରେ ଅଧ୍ୟାପକ ଶ୍ରୀ ନୃପେନ୍ଦ୍ର ନାଥ ଖୋସଲା , ଶ୍ରୀ ବିନୋଦ ବିହାରୀ ପ୍ରଧାନ, ତ୍ରିପତି ମାଳି, ଅଧ୍ୟାପିକା ଶ୍ରୀମତୀ ତାଇରା ବେଗାମ୍ , ଅଧ୍ୟାପିକା ଶ୍ରୀମତୀ ରଞ୍ଜୁଷା କୁମାରୀ ପ୍ରହରାଜ ଏବଂ ସୁନୀତା ପାତ୍ର , ଡ ଏମ ରୋହିଣୀ ,ଶ୍ରୀ ପଞ୍ଚାନନ ଦାସ, ଶ୍ରୀ ଭୁବନ ହରିଜନ, ଶ୍ରୀ ଅକ୍ଷୟ ନାୟକ, ଶ୍ରୀ ପଙ୍କଜ ଗରଡ଼ା,ଶ୍ରୀ ଭୁବନ ଭକ୍ତ ସମେତ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ବକ୍ତୃତ , କୁଇଜ୍ ଓ ହସ୍ତାକ୍ଷର ପ୍ରତିଯୋଗିତା ରେ ବହୁସଂଖ୍ୟାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଲକ୍ଷ୍ମୀକାନ୍ତ ସୌରା ଓଡ଼ିଆ ଭାଷାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।







