ହେଡଲାଇନସ୍:

ରକ୍ତ କର୍କଟରେ ପୀଡ଼ିତ କୁନିପୁଅ ପ୍ରବୀଣଙ୍କୁ ସାହା ହେଲା ଓଡ଼ିଶା-ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଜରୁରୀ ପରିସ୍ଥିତିରେ ନିଜେ ରକ୍ତଦାନ କଲେ ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ)

ଭୁବନେଶ୍ୱର, 2।2।24: ବୁଲିବା, ଖେଳିବା ବୟସରେ କର୍କଟ ରୋଗରେ ପୀଡ଼ିତ ହୋଇ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି ପ୍ରବୀଣ, ଅର୍ଥ ଅଭାବରେ ଥିବା ପରିବାରବର୍ଗ ମଧ୍ୟ କୁନିପୁଅର ଚିକିତ୍ସା ପାଇଁ ଦିନ ରାତି ଏକ କରି ସାହାଯ୍ୟ ଭିକ୍ଷା କରୁଛନ୍ତି, ଆଉ ଏତିକି ବେଳେ ତାଙ୍କୁ ସହାୟ ହୋଇଛି ଓଡ଼ିଶା-ମୋ ପରିବାର ।

ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଗଦାଧର ନାୟକଙ୍କ ୧୨ବର୍ଷର ପୁଅ ପ୍ରବୀଣ ନାୟକ ବର୍ତ୍ତମାନ ରକ୍ତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ପ୍ରତିବନ୍ଧକ । ଭୁବନେଶ୍ୱରସ୍ଥିତ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପ୍ରତି ମୁହୂର୍ତ୍ତରେ ତାଙ୍କୁ ରକ୍ତର ଆବଶ୍ୟକତା ପଡୁଛି । ବାପା ମା’ ଦୁହିଁଙ୍କର ହସ୍ପିଟାଲ ବିଷୟରେ ବେଶି କିଛି ଜ୍ଞାନ ନଥିବାରୁ ସେମାନେ ଅସହାୟ ହୋଇପଡ଼ୁଛନ୍ତି । ଗତ ଫେବୃଆରୀ ୧୩ ତାରିଖରେ, ପୁଅ ପାଇଁ ଜରୁରୀ ରକ୍ତର ଆବଶ୍ୟକତା ଥିବାର ଜାଣି ରକ୍ତ ଯୋଗାଡ଼ କରିବାକୁ ବାହାରି ପଡ଼ିଥିଲେ ବାପା ଓ ମା’ କିନ୍ତୁ ସବୁଆଡୁ ହତାଶ ହୋଇ ହସ୍ପିଟାଲ ପରିସରରେ ବସି କାନ୍ଦୁଥିଲେ ।
ସେମାନଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ, ଏମ୍ସରେ ଥିବା ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ ସ୍ଵାଇଁ ସଙ୍ଗେସଙ୍ଗେ ସହାୟତାର ହାତ ବଢାଇଥିଲେ ଓ ରକ୍ତର ଜରୁରୀ ଆବଶ୍ୟକତା ଥିବା ଜାଣି ନିଜେ ରକ୍ତ ଦାନ କରିଥିଲେ । ପ୍ରବୀଣଙ୍କର ବାପା ମା’ଙ୍କୁ ଆଶ୍ଵାସନା ଦେଇ ସୋମନାଥ କିଛିମାତ୍ରାରେ ତାଙ୍କ ଦୁଃଖକୁ କମ୍ କରିଥିଲେ । ଅର୍ଥର ଆବଶ୍ୟକତା ଥିବା ଜାଣି ସୋମନାଥ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିରୁ ସହାୟତା ରାଶି ପାଇଁ ମଧ୍ୟ ଆବଶ୍ୟକୀୟ ପ୍ରକ୍ରିୟାକୁ ନିଜେ ସମ୍ପୂର୍ଣ୍ଣ ସଂଯୋଜନା କରୁଛନ୍ତି । ଏହି ସମସ୍ତ ସାହାଯ୍ୟ ପାଇବା ପରେ ପ୍ରବୀଣଙ୍କ ବାପା, ମା’ ଦୁହେଁ ଭାବ ବିହ୍ଵଳ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା-ମୋ ପରିବାର ମଧ୍ୟ କୁନିପୁଅ ପ୍ରବୀଣଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

0
0
0
s2sdefault