ହେଡଲାଇନସ୍:

୨୯ତମ ରାଉରକେଲା ପୁସ୍ତକ ମେଳା ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳା ସ୍ଥାନୀୟ ଭଞ୍ଜଭଵନ ଠାରେ ଉଦଘାଟିତ ହୋଇଯାଇଛି। ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଓ ରଶ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଇଂ ଯତୀନ୍ଦ୍ର ନାୟକ ଉଦଘାଟକ ଓ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମେଳା କୁ ଶୁଭାରମ୍ଭ କରିଥିଲେ। ଉଦଘାଟକ ଇଂ ନାୟକ ଏହାକୁ ପାଠାଗାରର ଏକ ଅନନ୍ୟ କାର୍ଯ୍ୟକ୍ରମ ଓ ଏହା ଦ୍ବାରା ପୁସ୍ତକ ପ୍ରତି ଆଗ୍ରହ ବୃଦ୍ଧି ହେଉଥିବାରୁ ସହରବାସୀ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକଟ କରିଥିଲେ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ପୁସ୍ତକ ହେଉଛି ମଣିଷର ବଡ ବନ୍ଧୁ। ଏହି ପୁସ୍ତକ ମେଳା ସାହିତ୍ୟିକ,ପ୍ରକାଶକ ଓ ପାଠକଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବ ବୋଲି କହିଥିଲେ। ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ମିଶ୍ର ଅନୁଷ୍ଠାନର ସାହିତ୍ୟ ପ୍ରତି ପ୍ରତିବଦ୍ଧତା କୁ ଦୋହରାଇବା ସହ ଚଳିତ ବର୍ଷ ଅଧିକ ପ୍ରକାଶକ ଓ ପୁସ୍ତକ ବିକ୍ରେତା ମାନେ ଆସିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଉପସଭାପତି ଡ଼ଃ ସନାତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଅଭୟ କୁମାର ଦାସ, ଉପସଭାପତି ଡ ବସନ୍ତ କୁମାର ଦାସ, ବାଉରୀବନ୍ଧୁ ସାହୁ,ଡ ଉତ୍ତମ ଚରଣ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଡିଏସପି ପୁଷ୍ପାଞ୍ଜଳି ନେଙ୍ଗି, ଆଇଆଇସି ବିକ୍ରମ ବିହାରୀ ଜୟପୁରିଆ, ଆଇଆଇସି ସାଇପ୍ରଭା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୁସ୍ତକ ମେଳାରେ ରାଜ୍ୟର ବିଭନ୍ନ ପୁସ୍ତକ ବିକ୍ରେତା ଓ ପ୍ରକାଶକ ଙ୍କ ମଧ୍ୟରେ ବିଦ୍ୟାପୁରୀ, ଧର୍ମଗ୍ରନ୍ଥ ଷ୍ଟୋର,ସାଗରିକା, ସଦାଶିବ ବୁକ ୱାର୍ଲଡ, ଚିତ୍ରୋତ୍ପଳା ପବ୍ଲିକେଶନ, ସୂର୍ଯ୍ୟ ନାରାୟଣ ପବ୍ଲିକେଶନ, ଦୟାନନ୍ଦ ବେଦ ପ୍ରଦର୍ଶନୀ, ପିସିଆଇ ପବ୍ଲିକେଶନ, ସାଇ ଯମୁନା ପବ୍ଲିକେଶନ,ପୁନମ ବୁକ୍ ଷ୍ଟୋର, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଶ୍ରୀସାଇ ପବ୍ଲିକେଶନ,ସାଇନାଥ,ଜେ କୃଷ୍ଣମୂର୍ତ୍ତି, ଆମଘର ପବ୍ଲିକେଶନ,ଶିବଶକ୍ତି ପୁସ୍ତକାଳୟ,ଜ୍ଞାନଗଙ୍ଗା,ଷ୍ଟୁଣ୍ଡେଣ୍ଟ ବୁକ ଷ୍ଟୋର, କାହାଣୀ ପ୍ରମୁଖ ଯୋଗଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପାଠାଗାରର ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବିଜୟ ପାତ୍ର, ଟୁକୁଲା ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ଦୀନବନ୍ଧୁ ରଥ, ମନୋଜ ପଣ୍ଡା, ଜୟଶ୍ରୀ ଦାସ, ଜ୍ୟୋତିରଞ୍ଜନ ମହାପାତ୍ର,ଟି ମଧୁସୂଦନ, ପ୍ରଦୀପ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପଞ୍ଚାନନ ପାତ୍ର, ଅମରେନ୍ଦ୍ର ପାଢ଼ୀ,ଶ୍ରୀମନ୍ତ ବେହେରା ,ପ୍ରଳୟ ଶତପଥୀ,ସଶୀଲ କୁମ୍ଭାର, କୁମାର କୁମ୍ଭାର, ଯୋଗେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault