ହେଡଲାଇନସ୍:

ଦଶମ ବୋର୍ଡ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ କଲେ' ପରୀକ୍ଷା ପେ ଚର୍ଚ୍ଚା '

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୨.୦୨.୨୦୨୪/ସୁମନ୍ତ କୁମାର ଦାସ: ଫେବୃଆରୀ ୨୦ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱରି ଆଭାସୀ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ 'ପରୀକ୍ଷା ପେ ଚର୍ଚ୍ଚା ' କାର୍ଯ୍ୟ କ୍ରମରେ ଯୋଡିହୋଇ ,ପରୀକ୍ଷା ସମୟରେ ଚାପ ର ବଶବର୍ତ୍ତୀ ନ ହୋଇ, ଆତ୍ମବିଶ୍ୱାସ ର ସହ ପରୀକ୍ଷା ଦେଇ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଉପଦେଶ ଦେଇଥିଲେ। ଶିକ୍ଷା କ୍ଷେତ୍ରରେ ସବୁବେଳେ ଆଗୁଆ ଜିଲ୍ଲା ଭାବେ ପରିଚିତ ଜଗତସିଂହପୁର ଜିଲ୍ଲା କୁ ଏ ବର୍ଷ ମଧ୍ୟ ମାଟ୍ରିକ୍ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ପ୍ରୀ ବୋର୍ଡ ପରୀକ୍ଷାରେ ଅନୁନ୍ନତ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରିବା ସହ ଡାଉଟ କ୍ଲିଅରିଂ ମାଧ୍ୟମରେ ସେମାନଙ୍କ ସମସ୍ୟା ର ସମାଧାନ ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ ।ପରେ ଶାସନ ଅଳାଭର ଉଚ୍ଚ ବିଦ୍ୟାଳୟ,ବାଲିକୁଦା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ,ଅଲଣାହାଟ ଉଚ୍ଚ ବିଦ୍ୟାଳୟ ,ନାଉଗାଁ, ଏମ୍ ଏସ୍ ଏକାଡେମୀ, ତିର୍ତ୍ତୋଲ, ଅଣଖିଆ ଉଚ୍ଚ ବିଦ୍ୟାଳୟ, ବିରିଡ଼ି,ଏରସମା ନୋଡାଲ ଉଚ୍ଚ ବିଦ୍ୟାଳୟ, ସଂଜୟ ଗାନ୍ଧୀ ନୋଡାଲ ବିଦ୍ୟାପୀଠ, ପାରାଦ୍ଵୀପ ଗଡ, ଆଦି ର ଛାତ୍ର ଛାତ୍ରୀ ମାନଙ୍କ ସହିତ କଥା ହୋଇ ସେମାନଙ୍କ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ବୁଝିବା ସହ ଶେଷ ୧୮ ଦିନ ସୋସିଆଲ ମିଡିଆ, ଟେଲିଭିଜନ ଆଦିରୁ ଦୂର ରେ ରହି ପାଠ ପଢା ରେ ମନୋନିବେଶ କରିବା ପାଇଁ ବୁଝାଇଥିଲେ ।

୫ ଟି ରୂପାନ୍ତରିକରଣ ପରେ ସ୍ମାର୍ଟ କ୍ଲାସ ରେ ପାଠ ପଢା ଭଲ ଲାଗୁଛି ବୋଲି ଅଭିଜ୍ଞତା ବାଢିଥିଲେ ବିଦ୍ୟାର୍ଥୀ ମାନେ। ଶେଷରେ ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଇ ଭଲ ନମ୍ବର ରଖିବା ସହ ଜିଲ୍ଲା କୁ ଗୌରବାନ୍ୱିତ କରିବା ପାଇଁ କହିଥିଲେ ଜିଲ୍ଲାପାଳ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ, ସମଗ୍ର ଶିକ୍ଷା ର ସିନିୟର ଟେକ୍ନିକାଲ କନସଲଟାଣ୍ଟ ଶ୍ରୀ ଶୁଭେନ୍ଦୁ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault