ହେଡଲାଇନସ୍:

ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଶ୍ରେଷ୍ଠ ପ୍ରଧାନଶିକ୍ଷକ ଭାବେ ସମ୍ମାନିତ ହୋଇଛନ୍ତି।ତତ୍ ସଙ୍ଗେ ସଙ୍ଗେ ଉକ୍ତ ବିଦ୍ୟାଳୟ ମଧ୍ୟ ସମ୍ମାନିତ ପାଇଛି। ଏହି ଅବସରରେ ପ୍ରଧାନଶିକ୍ଷକଙ୍କ ସହ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ କବିତା ରାଉତ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଉପସ୍ଥିତ ଥିଲେ।ଏହା ସହ ନୂଆଗଡ ବ୍ଲକର ସମ୍ୱଲପୁର ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ଯ ଶ୍ରେଷ୍ଠ ପ୍ରଧାନଶିକ୍ଷକଙ୍କ ସହ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇଛି। ଅନ୍ୟାନ୍ୟ ବର୍ଗରେ ଗୁମ୍ମା ବ୍ଲକର ଗୁମ୍ମା ସ୍ଥିତ କେ. ସି. ପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସାଇ ପ୍ରସାଦ ନନ୍ଦ ,  ମୋହନା ବ୍ଲକର ମୋହନା ସ୍ଥିତ ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ବୁରୁଦା ଗୌରୀ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଅନ୍ୟାନ୍ୟ ଶ୍ରେଷ୍ଠ ଶିକ୍ଷକ ବିଦ୍ୟାଳୟ ଭାବେ  ଆର୍. ଉଦୟଗିରି ବ୍ଲକର ଆର୍. ଉଦୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟ , କାଶୀନଗର ବ୍ଲକର ଖାରଡାସ୍ଥିତ ସରକାରୀ ବି.ଏମ୍.ହାଇସ୍କୁଲ , ଗୁମ୍ମା ବ୍ଲକର ମୁନସିଂ ସରକାରୀ ଉଚ୍ଚ ବିଦ୍ୟାଳୟ , ମୋହନା ବ୍ଲକର ରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ , ଚନ୍ଦ୍ରଗିରି ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ , ମେରାପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ , ରାୟଗଡ଼ ବ୍ଲକର ରାୟଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ , ଗୋଷାଣୀ ବ୍ଲକର ଗାରାବନ୍ଧର ଏସ୍. ଭି. ଟି. ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ପଦକ ଲାଭ କରିଛି। ଏହିଭଳି ବିରଳ ସମ୍ମାନ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।

0
0
0
s2sdefault