ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଲବ୍ ର ତୃତୀୟ ବାର୍ଷିକ ଉତ୍ସବ ମୋହନା ସ୍ଥିତ ବାଳିକା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ୍ ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ୱରେ ସଭାପତିତ୍ତ୍ଵରେ ମୁଖ୍ୟ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ , ମୁଖ୍ୟବକ୍ତା ଗୋଷ୍ଠି ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଯୋଗଦେଇ ଗଣମାଧ୍ୟମ ଯୋଗୁଁ ଲୋକଙ୍କ ତଥା ଅଞ୍ଚଳର କୋଣ ଅନୁକୋଣର ସମସ୍ୟା ଲୋକଲୋଚନକୁ ଆସିବା ସହ ସେ ସବୁର ସମାଧାନ ପାଇଁ ପ୍ରଶାସନ କ୍ରିୟାଶୀଳ ହୋଇ ବିକାଶ ଦିଗରେ ଅଗ୍ରସର ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଗଜପତି ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ବସନ୍ତ ପଣ୍ଡା , ରା.ଉଦୟଗିରି ପ୍ରେସ କ୍ଲବ୍ ସଭାପତି ମମତାଜ୍ ମହମ୍ମଦ ଯୋଗଦେଇଥିଲେ। ଏହି ଅବସରରେ ଗଜପତି ଓ ରା. ଉଦୟଗିରି ପ୍ରେସ କ୍ଲବର ସଦସ୍ୟ ମାନଙ୍କୁ ମୋହନା ପ୍ରେସ୍ କ୍ଲବ୍ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ବରିଷ୍ଠ ସଦସ୍ୟ ବାବୁଲା ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସୁମନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି କାର୍ଯକ୍ରମରେ ମୋହନା ପ୍ରେସ କ୍ଲବ ଉପଦେଷ୍ଟା ଲକ୍ଷ୍ମଣ ଚୌଧୁରୀ , ବରିଷ୍ଠ ସାମ୍ବାଦିକ ଗଣେଶ ବିଷୋୟୀ , ଆଇନ ପରାମର୍ଶଦାତା ଦୁର୍ଯ୍ୟୋଧନ କରଡା , ଯୁବକ ସଂଘ ସମ୍ପାଦକ ଜିତେନ୍ଦ୍ର ବେହେରା , ଉପ ସଭାପତି ନୃସିଂହ ନାଥ ପୁଜାରୀ , ସହ ସଂପାଦକ ଅଂଶୁମାନ ପଣ୍ଡା , କୋଷାଧ୍ୟକ୍ଷ ପିଣ୍ଟୁ ପ୍ରଧାନ , ସଦସ୍ୟ ବାଦଲ ବେହେରା , ଶ୍ରୀହରି ପ୍ରଧାନ , ମନ୍ମଥ ମିଶ୍ର , ଓମ ପ୍ରସାଦ ରଥ , ମୁକ୍ତି ମଣ୍ଡପ ଦଣ୍ଡସେନା , ମୋଜେସ ରଇତ , ବିମଳ ମଳିକ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ବ୍ରହ୍ମପୁରର ରାଜ ସଙ୍ଗୀତ ଆରକେଷ୍ଟ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ରାଜ୍ୟ
ମୋହନା ପ୍ରେସ କ୍ଲବର ତୃତୀୟ ବାର୍ଷିକ ଉତ୍ସବ ପାଳିତ
- Hits: 297








