ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮,୯୭୮ କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ କରିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଫେବୃଆରୀ ୩ରେ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨x୮୦୦ ମେଗାୱାଟ୍) ଏବଂଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧x୨୫୦ ମେଗାୱାଟ୍)କୁଦେଶ ଉଦେ୍ଧଶ୍ୟରେ ଉତ୍ସର୍ଗକରିବା ସହ ଏନଟିପିସି ତାଳଚେର ଥର୍ମାଲ ବିଦୁ୍ୟତ ପ୍ରକଳ୍ପ ଷ୍ଟେଜ୍-୩ (୨x୬୬୦ ମେଗାୱାଟ୍)ର ଶିଳାନ୍ୟାସ କରିବେ । ଏହି ସମସ୍ତ ପ୍ରକଳ୍ପ ନିମନ୍ତେ ବିନିଯୋଗ ରାଶି୨୮,୯୭୮ କୋଟି ଟଙ୍କା ରହିଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦେଶକ (ପୂର୍ବାଂଚଳ I &II ) ଶ୍ରୀ ସୁଦୀପ ନାଗ ସୂଚନା ଦେଇଛନ୍ତି |
ଶ୍ରୀ ନାଗ କହିଛନ୍ତି ଯେ "ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଦର୍ଲିପାଲି ଏସଟିପିପି ହେଉଛି ସୁପରକ୍ରିଟିକାଲ (ଅତ୍ୟନ୍ତ ଦକ୍ଷ) ଜ୍ଞାନକୌଶଳ ସମ୍ପନ୍ନ ଏକ ପିଟ୍ ହେଡ୍ ପାୱାର ଷ୍ଟେସନ ଏବଂ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ସିକିମ ଭଳି ରାଜ୍ୟଗୁଡ଼ିକୁ କମ୍ ମୂଲ୍ୟରେ ବିଜୁଳି ଯୋଗାଉଛି ।
ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ଏନଟିପିସି-ସେଲ୍ ପାୱାର କମ୍ପାନି ଲିମିଟେଡର ୨୫୦ ମେଗାୱାଟ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ କାରଖାନାକୁନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ ।
ଏହାବ୍ୟତୀତ ଏନଟିପିସି ଓଡ଼ିଶାର ଅନୁଗୁଳ ଜିଲ୍ଲାର ପୁରୁଣା ଟିଟିପିଏସ୍ ପ୍ଲାଂଟ୍ ପରିସରରେ ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ, ଷ୍ଟେଜ୍-୩ ନିର୍ମାଣ କରୁଛି, ଯାହାକୁ ଏନଟିପିସି ୧୯୯୫ ମସିହାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡଠାରୁ ଅଧିଗ୍ରହଣ କରିଥିଲା । ଦେଶ ପାଇଁ ୫୦ ବର୍ଷରୁ ଅଧିକ ସେବା ପ୍ରଦାନ କରିବା ପରେ ପୁରୁଣା ଟିଟିପିଏସ୍ କାରଖାନାକୁ ଅଚଳ କରି ଦିଆଯାଇଥିଲା ।"
ଶ୍ରୀ ନାଗ ଆହୁରି ମଧ୍ୟ କହିଛନ୍ତି ଯେ "ନିର୍ମାଣ ହେବାକୁ ଥିବା ଏହି ନୂତନ ପ୍ଲାଂଟରେ ଅତ୍ୟନ୍ତ ଦକ୍ଷ ଅଲଟ୍ରା ସୁପର କ୍ରିଟିକାଲ ଟେକ୍ନୋଲୋଜି ଆଧାରିତ ୟୁନିଟ୍ ଏବଂ ଏହି ପ୍ଲାଂଟର କ୍ଷମତା ପୁରୁଣାଟିଟିପିଏସ୍ ପ୍ଲାଂଟର କ୍ଷମତା ଠାରୁ ତିନି ଗୁଣ ଅଧିକ ରହିବ । ଏହି ପ୍ରକଳ୍ପର ୫୦% କ୍ଷମତା ଓଡ଼ିଶା ରାଜ୍ୟକୁ ସମର୍ପିତ ହୋଇଥିବା ବେଳେ ଅନ୍ୟ ହିତାଧିକାରୀ ରାଜ୍ୟ ଯଥା ତାମିଲନାଡୁ, ଗୁଜରାଟ ଓ ଆସାମ ମଧ୍ୟ ଏହି ପିଟ୍ ହେଡ୍ ଷ୍ଟେସନରୁ କମ୍ ମୂଲ୍ୟରେ ବିଜୁଳି ପାଇବେ ।
ଦକ୍ଷ ଇଲେକ୍ଟେ୍ରାଷ୍ଟାଟିକ୍ ଅବକ୍ଷେପକ, ଫ୍ଲୁ ଗ୍ୟାସ୍ ଡିସଲଫ୍ୟୁରାଇଜେସନ୍, ବାୟୋ-ମାସ୍ କୋଫାୟାରିଂ, କୋଇଲା ପାଇଁ କଭର ଷ୍ଟୋରେଜ୍ ସ୍ପେସ୍ ଭଳି ସମସ୍ତ ଆଧୁନିକ ପରିବେଶ ବୈଶିଷ୍ଟ୍ୟ ସହିତ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି ଏବଂ ଏହା ଦ୍ୱାରା କମ୍ ନିର୍ଦ୍ଧିଷ୍ଟ କୋଇଲା ବ୍ୟବହାର ହେବ ଏବଂ ଏହା କମ୍ ଅଙ୍ଗାରକାମ୍ଲନିର୍ଗମନରେ ସହାୟକ ହେବ ।
ଏହି ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ପ୍ରକଳ୍ପଗୁଡ଼ିକ ପ୍ରତ୍ୟକ ଭିତିଭୂମିି ଯଥା ଆପ୍ରୋଚ୍ ରୋଡ୍, ଡ୍ରେନେଜ୍, ପରିବହନ ଏବଂ ଯୋଗାଯୋଗ ସୁବିଧାରେ ଉନ୍ନତି ଆଣିବାରେ ସହାୟକ ହୋଇଛି । ଶିକ୍ଷା, ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ଗ୍ରାମୀଣ କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ଆଖପାଖ ଗ୍ରାମରେ ଏନଟିପିସି ପକ୍ଷରୁ ବିଭିନ୍ନ ଗୋଷ୍ଠୀ ବିକାଶ ମୂଳକ ପଦକ୍ଷେପ ନିଆଯାଉଛି । ଏନଟିପିସି ଓଡ଼ିଶାର ସୁନ୍ଦରଗଡ଼ରେ ଏକ ମେଡିକାଲ କଲେଜ ତଥା୍ ହସ୍ପିଟାଲ ପ୍ରତିଷ୍ଠା କରିଛି ।"
ଏନଏସପିସିଏଲ ସିଇଓ ଶ୍ରୀ ଦିବାକର କୌଶିକ,ଶ୍ରୀ ଗୌତମ ଦେବ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ତାଳଚେର ଥର୍ମାଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(କର୍ପୋରେଟ ଯୋଗାଯୋଗ, ନୂଆଦିଲ୍ଲୀ) ଶ୍ରୀ ହରଜିତ ସିଂ, , ତାଳଚେର କଣିହା ବ୍ୟବସାୟ ୟୁନିଟ୍ ମୁଖ୍ୟ ଶ୍ରୀ ଅଶୋକ କୁମାର ସେହଗଲ , ଦର୍ଲିପଲ୍ଲୀ ବ୍ୟବସାୟ ୟୁନିଟ୍ ମୁଖ୍ୟ ଶ୍ରୀ ହର୍ଷ ନାଥ ଚକ୍ରବର୍ତ୍ତୀ, ମୁଖ୍ୟ ମହାପ୍ରବନ୍ଧକ (ମାନବ ସମ୍ବଳ), ପୂର୍ବାଂଚଳ II ମୁଖ୍ୟାଳୟ ଶ୍ରୀ ରଜନୀଶ ରସ୍ତଗି , ଏନଏସପିସିଏଲ ମହାପ୍ରବନ୍ଧକ ତ୍ରିଦିବ ଦେବ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆଂଚଳିକ ଅଧିକାରୀ ବୀରେନ୍ଦ୍ର ସିଂ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ |

0
0
0
s2sdefault