ହେଡଲାଇନସ୍:

ଗ୍ରାମ୍ୟ ଉନ୍ନୟନ ବିଭାଗର ୫-"ଟି' ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋକଙ୍କୁ ସର୍ବାଧିକ ସରକାରୀ ସେବା ପ୍ରଦାନ ଆମର ପ୍ରଥମ କର୍ତ୍ତବ୍ୟ : ସଚିବ


ଯୋଗାଯୋଗ ବ୍ୟବସ୍ଥାର ଅଧିକ ସୁଦୃଢ଼ୀକରଣ ଉପରେ ବୈଠକରେ ଗୁରୁତ୍ୱ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ମାସିକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ହୋଇଥିଲାା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତିା

ସାଧାରଣ ଲୋକଙ୍କୁ ସର୍ବାଧିକ ସରକାରୀ ସେବା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟା ତେଣୁ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଏହାକୁ ଧ୍ୟାନ ରଖି ତ୍ୱରିତ ଢଙ୍ଗରେ କାର୍ଯ୍ୟ କରିବାକୁ ସଚିବ ଶ୍ରୀ ସିଂହ ପରାମର୍ଶ ଦେଇଥିଲୋ
ବୈଠକରେ ଶେଷ ହୋଇଥିବା ପ୍ରକଳ୍ପର ପିସିଆର ରିପୋର୍ଟ ଦାଖଲ, ନୂଆ ଡିଭିଜନ ପ୍ରତିଷ୍ଠା, ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ଆଦି ଉପରେ ଆଲୋଚନା ହୋଇଥିଲାା ଏଥି ସହିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା, ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ସଠିକ ସମୟରେ ପେନ୍ସନ ପ୍ରଦାନ, ଅଦାଲତ ସମ୍ବନ୍ଧୀୟ କେଶଗୁଡିକର ଅଗ୍ରାଧିକାର ଭିତ୍ତିରେ ସମାଧାନ ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ସମସ୍ତ ଅଭିଯୋଗଗୁଡିକ ସମ୍ପର୍କରେ ସଚିବ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଏହାକୁ ତୁରନ୍ତ ସମାଧାନ ଦିଗରେ କାର୍ଯ୍ୟ କାରିବାକୁ ନିର୍ଦ୍ଦେର୍ଶ ଦେଇଥିଲୋ
ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ଶେଷ କରି ପିସିଆର ପ୍ରଦାନ କରିବା ଏବଂ ରୋଡ ଏବଂ ବ୍ରିଜ ସେକଫରରେ ସ୍ଥଗିତ ରହିଥିବା କାର୍ଯ୍ୟର ଡିପିଆର ଦାଖଲ କରିବାକୁ ସଚିବ ନିର୍ଦେଶ ଦେଇଥିଲୋ ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ସେ ପଚାରି ବୁଝିଥିଲୋ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ରକ୍ଷଣାବେକ୍ଷଣର କାର୍ଯ୍ୟ ଆଗେଇ ନେବାକୁ ସେ ପରାମର୍ଶ ଦେଇଥିଲୋ
ଏହି ବୈଠକରେ ନିର୍ଦ୍ଦେଶକ ଶ୍ରୀ ନିଖିଲ ପବନ କଲ୍ୟାଣ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଶ୍ରୀ ସର୍ବେଶ୍ୱର ସିଂଙ୍କ ସମେତ ପ୍ରତ୍ୟେକ ସର୍କଲ ଓ ଡିଭିଜନର ମୁଖ୍ୟ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାୟ ଅଧିକାରୀମାନେ ଉପସ୍ଥିତ ଥିଲୋ |

0
0
0
s2sdefault