ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ ଯୁବ ପ୍ରକଳ୍ପ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ଯୁବ ଏକତା ମହୋତ୍ସବ । ଜାତୀୟ ଯୁବ ପ୍ରକଳ୍ପର ଓଡ଼ିଶା ରାଜ୍ୟ ମୁଖ୍ୟ ମଧୁ ସୁଦନ ଦାସ ଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ଯୁବ ଏକତା ମହୋତ୍ସବ। ସୂଚନା ଅନୁସାରେ ପ୍ରଥମେ ବାରିପଦା ସ୍ଥିତ ସହୀଦ ସ୍ମୃତିଭବନ ଠାରେ ୨୫/୦୧/୨୦୨୪ ତାରିଖ ଦିନ ଉଦ୍ଘାଟନ ହୋଇ ,୨୬ ତାରିଖ ଦିନ ଝାରପୋଖାରିଆ (ବମ୍ବେଛକ), ୨୭ ତାରିଖ ରାଇରଙ୍ଗପୁର, ୨୮ତାରିଖ ତକତପୁର (ବାରିପଦା) ଏବଂ ୨୯ ତାରିଖ ଉଦଳା ଠାରେ ମହା ଆଡ଼ମ୍ବର ସହକାରେ ପାଳିତ ହେଲା ଏକତା ଯୁବ ମହୋତ୍ସବ । ଭାରତର ପ୍ରାୟ ୨୫ ରୁ ଉର୍ଦ୍ଧ ରାଜ୍ୟ ଯଥା ଓଡ଼ିଶା,ବେଙ୍ଗଲ,ଝାରଖଣ୍ଡ,ଛତିଶଗଡ଼,ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,କର୍ଣ୍ଣାଟକ, ପଞ୍ଜାବ,କେରଳ, ମଣିପୁର,ଆସାମ, ନେପାଳ,ତ୍ରିପୁରା, ମେଘାଳୟ,ଉତ୍ତରପ୍ରଦେଶ,ବିହାର,ରାଜସ୍ଥାନ,ତାମିଲନାଡୁ,
ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର ଇତ୍ୟାଦି ରାଜ୍ୟରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ ଯୁବକ ଓ ଯୁବତୀ ଏକ ବିରାଟ ଶୋଭଯାତ୍ରାରେ ଆସି ସହିଦଭାବନା ଠାରେ ସର୍ବ ପ୍ରଥମେ ସର୍ବଧର୍ମ ପ୍ରାର୍ଥନା ସଭାରେ ଭାଇଚାରା ଓ ସଦ୍ ଭାବନା ରାଷ୍ଟ୍ରୀୟ ଏକତା ଶାନ୍ତି ମୈତ୍ରୀ ର ବାର୍ତ୍ତା ପ୍ରଚାର କରାଯାଇଥିଲା । ଗୋଟିଏ ସ୍ଥାନରେ ବସି ସାରା ଭାରତ ର କଳା ଓ ସଂସ୍କୃତିର ପରିବେଷଣ ସମସ୍ତଙ୍କୁ ମନମୁଗ୍ଧ କରିଥିଲା । ତେବେ ବିଭିନ୍ନ ରାଜନୈତିକ ଦଳର ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ସମାଜ ସେବୀ, ବୁଦ୍ଧିଜିବୀ, ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୁବ ପ୍ରକଳ୍ପର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସୁଦୃଢ ଗଣତନ୍ତ୍ର ପାଇଁ ଯୁବ ଶକ୍ତି ଏକତା ଏଵଂ ଭାଇଚାରା ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଶ୍ରୀ ମଳୟ କୁମାର ନାୟକ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲା ସଭାପତି କୁଞ୍ଜ ବିହାରୀ ସେଠୀ ଓ ସମ୍ପାଦକ ଅଶୋକ କୁମାର ପୃଷ୍ଟି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ସଦସ୍ୟ ଯଥା ସୁମନ,ଅଧ୍ୟାପକ ଶିଶିର ପଟ୍ଟନାୟକ ,ଦେବାଶିଷ ଖାଟୁଆ, ଅଂଶୁମାନ ଠାକୁର,ଅଭିଷେକ,ଶୁଭମ,ଟିଟୁ,ଦିବ୍ୟାଲୋଚନ,ଭାନୁପ୍ରୀୟ,ଚିନ୍ମୟ, ଲମ୍ବୋଦର, ଅଶୋକ ମହାପାତ୍ର, ସୁବୀର ପରିଡ଼ା,ପରିତୋଷ,ରବୀନ୍ଦ୍ର ଦୂର୍ଗା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ଯୁବଶକ୍ତିର ଭୂମିକା ରାଷ୍ଟ୍ରୀୟ ଏକତା ରେ ଗୁରୁତ୍ୱପୂର୍ଣ୍ଣ ।
- Hits: 258







