ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ସରକାର, ଶିକ୍ଷା ଓ ଛାତ୍ର ଛାତ୍ରୀ ଙ୍କ ବିକାଶ ନିମନ୍ତେ ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ବାସ୍ତବିକ ବିଦ୍ୟାଳୟ ପାଇଁ ଯାହା ଆବଶ୍ୟକ ତାହା ଯୋଗାଇ ଦିଆଯାଉ ନାହିଁ। ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇ ପଡୁଛି। କେଉଁଠି ଛାତ୍ର ନାହାନ୍ତି, କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ସ୍କୁଲ ଗୃହ ନାହିଁ।ସେଥିରେ ପୁଣି ସରକାର ଙ୍କ ବିଭିନ୍ନ ଯୋଜନା ଖାତା ଫାଇଲ୍ ରେ ବନ୍ଧା ହୋଇ ରହିଛି । ନୂତନ କୋଠା, ନୂତନ ରଙ୍ଗ ରେ ସୁନ୍ଦର ଦେଖା ଯାଉଛି ବିଦ୍ୟାଳୟ ,କିନ୍ତୁ ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆ ଯାଉନାହିଁ। ଏପରି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହରିଗଡ ପଞ୍ଚାୟତ ର ପଂଚାୟତ ଉଚ୍ଚ ବିଦ୍ୟାଳୟ ରୁ। ଯେଉଁଠି ଶିକ୍ଷକ ଅଭାବ ସବୁବେଳେ ରହିଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଉଚ୍ଚ ବିଦ୍ୟାଳୟ ର ଅବ୍ୟବସ୍ଥା କୁ ନେଇ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବିଦ୍ୟାଳୟ ସମ୍ନୁଖ ରେ ଧାରଣା ଦେଇଥିବାର ଦେଖାଦେଇଥିଲା। ଗତକାଲି ୩୧ ଜାନୁଆରୀ ୨୦୨୪ ବୁଧବାର ଦିନ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ପ୍ରି ବୋର୍ଡ ପରିକ୍ଷା ଥିବା ହେତୁ ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ରେ ପହଞ୍ଚି ଥିଲେ। କିନ୍ତୁ ଉକ୍ତ ଦିନ ୧୧ଘଣ୍ଟିକା ସମୟ ପର୍ଯ୍ୟନ୍ତ ବିଦ୍ୟାଳୟକୁ କୌଣସି କର୍ମଚାରୀ କିମ୍ବା ଶିକ୍ଷକ ଆସି ନଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ଧାରଣା ଦେଇଥିଲେ ଏହାକୁ ଗ୍ରାମବାସୀ ମଧ୍ୟ ସହଯୋଗ କରି ଚକାପାଦ-ଭଞ୍ଜନଗର ମୁଖ୍ୟ ରାସ୍ତା କୁ ଅବରୋଧ କରି ଧାରଣା ଦେଇଥିବାର ଦେଖାଦେଇଥିଲା।
ପ୍ରାପ୍ତ ସୁଚନା ମୁତାବକ,
ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଧାରଣା ଜାରି ରହିଥିଲା।ବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ,ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବା ପ୍ରତିଶୃତି ପ୍ରଶାସନ ପକ୍ଷରୁ ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଥିବାର ଦେଖାଦେଇଥିଲା।







