ହେଡଲାଇନସ୍:

ତ୍ରିଦିବସୀୟ ବିଦ୍ୟାଳୟଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଉଦଯାପିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର ଜାନୁୟରୀ ୨୯- ୩୧ ତିନିଦିନ ଧରି ଚାଲିଥିବା ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପ୍ରାଥମିକ ଶିକ୍ଷକ ମାନଙ୍କର ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଏକ ସଙ୍ଗେ ତିନୋଟି ସ୍କୁଲ ଯଥା ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଆଦିବାସୀ ଉଚ୍ଚବିଦ୍ୟାଳୟ ସର୍ଗିବାହଲ ଠାରେ ଚାଲିଥିଲା। ଆଦିବାସୀ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ଶିବିର ର ଉଦଯାପନୀ ସଭାରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ସଭାପତିତ୍ବ କରିଥିବାବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଫକୀର ମଲ୍ଲିକ ଓ ସହ ବ୍ଲକଶିକ୍ଷାଧିକାରୀ ଶ୍ରୀ ଶିବ ପ୍ରସାଦ ଯୋଶୀ ଉପସ୍ଥିତ ଥିଲେ। ବିଇଓ ଶ୍ରୀ ଭୋଇ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଅନୁସାରେ ପାଠ ପଢ଼ାଇବା ଓ ସମୟାନୁବର୍ତ୍ତୀ ହେବାପାଇଁ କହିଥିଲେ। ରାଜବୋଡ଼ା ସମ୍ବର ଉଚ୍ଚବିଦ୍ୟାଳୟ ଶିବିର ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲୋଭାଦିନୀ ସାହୁ
ସଭାପତିତ୍ବ କରିଥିବାବେଳେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଅବସର ପ୍ରାପ୍ତ ବି ଇ ଓ ଶ୍ରୀ ଜନକଲାଲ ମେହେର ସଭାପତିତ୍ବ କରିଥିଲେ। ଉକ୍ତ ଉଦଯାପନୀ ସଭାରେ ସହ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ରାମ ସିଂ ଭୋଇ ଓ ଶ୍ରୀ ପ୍ରେମାନନ୍ଦ ବାରିକ ଉପସ୍ଥିତ ଥିଲେ।

0
0
0
s2sdefault