ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର:ଇଟାମାଟି ବାମନ ଅବକାଶ ହାଇସ୍କୁଲ ହାତେଇଲା ୫ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ଲକ୍ଷ୍ମୀଧର ସାହୁ): ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନା ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ଉତ୍ସବରେ ନୟାଗଡ ଜିଲ୍ଲା ଇଟାମାଟି ସ୍ଥିତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା, ଜିଲ୍ଲାସ୍ତରୀୟ ମାଧ୍ୟମିକ ଶିକ୍ଷକ ପୁରସ୍କାର ପାଇଥିବା ବେଳେ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଜିଲ୍ଲାର ଏକମାତ୍ର ସି. ଆର. ସି. ସି ଭାବେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏଥି ସହିତ ବିଦ୍ୟାଳୟର ଚାରି ଜଣ ଛାତ୍ରଛାତ୍ରୀ ଯସ୍ମିନ ନାୟକ,ବାନାମ୍ବର ସାହୁ,ଆଶିଷ କୁମାର ସାହୁ ଓ ଗାୟତ୍ରୀ ସାହୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଛନ୍ତି। ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଏବଂ ଇଟାମାଟି ଗ୍ରାମ ପଞ୍ଚାୟତ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଅଛି।

0
0
0
s2sdefault