ହେଡଲାଇନସ୍:

ସୂଚନା ଅଧିକାର ଆଇନ୍ ୨୦୦୫ ସଂପର୍କିତ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶ ଅନୁସାରେ ଗଜପତି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇଙ୍କ ସଂଯୋଜନାରେ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୮୧ ଜଣ ପ୍ରଶିକ୍ଷର୍ଥୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିସାଧିକାରୀ ଡ.ପ୍ରଦୀପ କୁମାର ପାତ୍ର , ଡ଼.ମହମ୍ମଦ ଅଲ୍ଲୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତାରାଣୀ ପରିଡ଼ା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀ ପ୍ରମୁଖଙ୍କ ସହ ବିଭିନ୍ନ କାର୍ଯ୍ୟାଳୟ ସମ୍ପୃକ୍ତ ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷମାନେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ବିଶେଷ କରି ସୂଚନା ଅଧିକାରୀ ନିୟମର ୧୭ ଗୋଟି ପଏଣ୍ଟକୁ ପ୍ରୋଆକ୍ଟିଭ୍ ଡିସ୍କୋକନର ଓ ମ୍ୟାନେଜ ପ୍ରୋଫାଇଲ ଅପଡେଟ୍ କରଯିବା ସମ୍ବନ୍ଧରେ ତାଲିମ୍ ପ୍ରଦାନ କରଯାଇଥିଲା।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଶ୍ରୀ ହର୍ଶ ପରିଚା ଆଭାସି ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

0
0
0
s2sdefault