ହେଡଲାଇନସ୍:

ନିର୍ବାଚନ ଉପଲକ୍ଷେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ୩ ଦିନିଆ ତାଲିମ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ସାଧାରଣ ନିର୍ବାଚନ ୨୦୨୪ ଦୃଷ୍ଟି ରେ ରଖି ନିର୍ବାଚନ ପ୍ରସ୍ତୁତି ନିମନ୍ତେ , ଆଜି ତା ୦୧/୦୨/୨୦୨୪ ୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମଧ୍ୟରେ ତାଲିମ ଶିବିର ଉପ-ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟଜୋନ କରାଯାଇଥିଲା ।

ଏହି ତାଲିମ ଶିବିରରେ ଉପ-ଜିଲ୍ଲାପାଳ,ଭଞ୍ଜନଗର ଶ୍ରୀ ଅନିଲ କୁମାର ସେଠୀ, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ବିଶ୍ବରଞ୍ଜନ କର, ଶ୍ରୀ ବିଶ୍ଵାମିତ୍ର ହରପାଲ, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ, ଶ୍ରୀ ଉମା ଶଙ୍କର ବେହେରା, ତହସିଲଦାର,ଭ଼ଞ୍ଜନଗର, ଶ୍ରୀ କଳାକୃଷ୍ଣ ପ୍ରଧାନ, ତହସିଲଦାର ବେଲଗୁଣ୍ଠା, ଶ୍ରୀମତୀ ଦିପ୍ତିମଣୀ ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ଏବଂ ଶ୍ରୀ ରାମଚନ୍ଦ୍ର ମହାପାତ୍ର, ସହକାରୀ ଜିଲ୍ଲାପାଳ ଉକ୍ତ ତାଲିମ ଶିବିର ରେ ୧୨୩-ଭଞ୍ଜନଗରର ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର୍ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ, ଏବଂ ଏହି ତାଲିମ ୩ ଦିନ ପର୍ଯ୍ୟନ୍ତ ଆୟୋଜନ ହୋଇଛି, ଯଥା; ୦୧/୦୨/୨୦୨୪(୧୨୩-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ), ୦୨/୦୨/୨୦୨୪ (୧୨୮-ଆସ୍କା ନିର୍ବାଚନ ମଣ୍ଡଳୀ) ଏବଂ ଶେଷ ଦିନ ତା ୦୩/୦୨/୨୦୨୪ ( ୧୨୯-ସୋରଡା ନିର୍ବାଚନ ମଣ୍ଡଳୀ) ପାଇଁ ଆୟୋଜନ ହୋଇଛି, ଏହି ତାଲିମ ଶିବିରରେ ଶ୍ରୀ ଅନିଲ କୁମାର ସେଠୀ, ଉପ-ଜିଲ୍ଲାପାଳ,ଭଞ୍ଜନଗର ସମସ୍ତ ସେକ୍ଟର ଅଫିସର ଏବଂ ସେକ୍ଟର ପୋଲିସ ଅଫିସର ମାନଙ୍କୁ ସୁଚାର ରୁପରେ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଥିଲେ।

0
0
0
s2sdefault