ହେଡଲାଇନସ୍:

ହଳଦିଆ ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିକାଶମୂଳକ କାର୍ଯ୍ୟପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଲେ ଜନପ୍ରତିନିଧି ଏବଂ ଗ୍ରାମବାସୀ l

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ହଳଦିଆ ପଞ୍ଚାୟତରେ ଉଦଘାଟିତ ହୋଇଯାଇଛି । ସରପଞ୍ଚ ରାଜେନ୍ଦ୍ର କୁମାର ସାହୁଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ପ୍ରଥମେ ଏଲଇଡ଼ି ରଥ ଦ୍ବାରା ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତରେ ଜନ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି , ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠୀ, ସୁସ୍ମିତା ଦାସ, ସମାଜସେବୀ ତଥା ଯୁବ ସଂଗଠକ ଜ୍ଞାନେନ୍ଦ୍ର ସାହୁ ଙ୍କ ସମେତ ବିଜୁ ଜନତା ଦଳ ବହୁ ନେତୃବୃନ୍ଦ, ବ୍ଲକ, ପଞ୍ଚାୟତ କର୍ମଚାରୀ ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏପରିକି ପଞ୍ଚାୟତର ଵିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ, ବିକାଶମୁଖୀ ଶାସନ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଵିକାଶପୁରୁଷ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଥିବାରୁ ଜନପ୍ରତିନିଧି ଏବଂ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଥିଲେ l ଏହି ଅବସରରେ ଗ୍ରାମର ବରିଷ୍ଟ ନାଗରିକ, ଚାଷୀ, କଳାକାରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇଥିଲା l ଶେଷରେ ଯୁବ ସଂଗଠକ ତଥା ସମାଜସେବୀ ଜ୍ଞାନେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault