ହେଡଲାଇନସ୍:

କୋଳିଅଠା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିକାଶମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ଵିକାଶସାରଥୀ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ l   

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ କୋଳିଅଠା ପଞ୍ଚାୟତ ହରିହର ପୀଠ ପରିସରରେ ଉଦଘାଟିତ ହୋଇଯାଇଛି । ସରପଞ୍ଚ ଶୁଭଶ୍ରୀ ବିଶ୍ୱାଳ ଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ପ୍ରଥମେ ଏଲଇଡ଼ି ରଥ ଦ୍ବାରା ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତରେ ଜନ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି , ଜିଲ୍ଲାପରିଷଦ ସଭ୍ୟ ରିୟାଜୁଲ ହୋଦା , ସୁସ୍ମିତା ଦାସ, କଟକ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଭବାନୀଶଙ୍କର ସାମଲ, ସମିତିସଭ୍ୟା କଳ୍ପନା ସିଂ, ପୂର୍ବତନ ସମିତିସଭ୍ୟ ଦେବେନ୍ଦ୍ରନାଥ ବଳ, ଗୋବିନ୍ଦ ବେହେରାଙ୍କ ସମେତ ବିଜୁ ଜନତା ଦଳ ବହୁ ନେତୃବୃନ୍ଦ ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏପରିକି ପଞ୍ଚାୟତର ଵିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ, ବିକାଶମୁଖୀ ଶାସନ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଵିକାଶପୁରୁଷ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଥିବାରୁ ଜନପ୍ରତିନିଧି ଏବଂ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଥିଲେ l ଏହି ଅବସରରେ ଗ୍ରାମର ବରିଷ୍ଟ ନାଗରିକ, ଚାଷୀ, କଳାକାରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇଥିଲା l ଶେଷରେ ସରପଞ୍ଚ ଙ୍କ ପ୍ରତିନିଧି ତଥା ଯୁବ ସଂଗଠକ ଭବାନୀଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault