ହେଡଲାଇନସ୍:

ରାଜ୍ୟ ସ୍ତରୀୟ ମୁଖ୍ଯମନ୍ତ୍ରୀ ପୁରଷ୍କାର ପାଇଲେ ଫିରିଙ୍ଗିମାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦଣ୍ଡସନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା-ରାଜ୍ୟ ସ୍ତରୀୟ ମୁଖ୍ଯମନ୍ତ୍ରୀ ପୁରଷ୍କାର ସମାରୋହରେ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରା.ପ.ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦଣ୍ଡସେନା ମାଧ୍ଯମିକ ପ୍ରଧାନ ଶିକ୍ଷକ ପୁରଷ୍କାର ୨୦୨୩ ପାଇଁ ରାଜ୍ୟ ସ୍ତରୀୟ ଶିକ୍ଷା ପୁରଷ୍କାର ଅବସରରେ ପୁରଷ୍କୃତ ହୋଇ ଆମ୍ଭ ଅଞ୍ଚଳ, ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଗୌରବ ଆଣିଛନ୍ତି। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲ --ଶ୍ରେଷ୍ଠ ମାଧ୍ଯମିକ ବିଦ୍ୟାଳୟ ପୁରଷ୍କାର- ୨୦୨୩ ,ଶ୍ରେଷ୍ଠ ପରିଚାଳନା କମିଟି ପୁରଷ୍କାର-୨୦୨୩ । ଏକା ଥରକେ ଏହି ବିଦ୍ୟାଳୟ ୩ଟି ପୁରଷ୍କାର ପାଇ ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ତଥା ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଖୁସିର ଲହରୀ ଖେଲି ଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶ୍ରୀଯୁକ୍ତ ଶିକ୍ଷକ ପ୍ରଫୁଲ୍ଲ ଦଣ୍ଡସେନା, ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କୁଷ୍ଣଚନ୍ଦ୍ର ସାହୁ,ଏସ୍ ଏମ୍ ସି କମିଟିର ସଦସ୍ଯ ଶ୍ରୀଯୁକ୍ତ ଦୁଷ୍ମନ୍ତ ସିଂ ବରିହା ଉପସ୍ଥିତ ରହି ପୁରଷ୍କାର ଗ୍ରହଣ କରିଥିଲେ। ଏହି ଉତ୍ସବରେ ମାନ୍ୟବର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି , ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ, ମାନ୍ୟବର ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସରକାର 5T ଚେୟ୍ଯାରମେନ ଶ୍ରୀଯୁକ୍ତ ଭି.କାର୍ତ୍ତକେୟାନ ଉପସ୍ଥିତ ରହି ସମସ୍ତ ପୁରଷ୍କାର ବିଜେତା ମାନଙ୍କୁ ପୁରଷ୍କୃତ କରିଥିଲେ। ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦଣ୍ଡସେନା ପ୍ରଧାନ ଶିକ୍ଷକ ବରଗଡ ଜିଲ୍ଲାର ୨୦୨୨ ପ୍ରକୃତ ମିତ୍ର ଓ ବରଗଡ ଜିଲ୍ଲାର ବେଷ୍ଟ ସ୍କୁଲ ଏଓ୍ବଆର୍ଡ ୨୦୨୩ ପୁରଷ୍କାର ଗ୍ରହଣ କରିଛନ୍ତି।ସେ ଜଣେ ଦକ୍ଷ ଶିକ୍ଷକ, ସରଳ , ଛାତ୍ରବତ୍ସଳ ତଥା ମେଲାପି ବ୍ୟକ୍ତି ଅଟନ୍ତି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦଣ୍ଡସେନା ଙ୍କୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଏସ୍ ଏମ୍ ସି କମିଟିର ସଦସ୍ଯ ସଦସ୍ୟା, ମୋ ସ୍କୁଲ କମିଟି, ପରିଚାଳନା କମିଟିର ସଦସ୍ଯ ସଦସ୍ୟା, ଗ୍ରାମ୍ଯ କମିଟିର ସଦସ୍ଯ , ପୁରାତନ ଛାତ୍ରଛାତ୍ରୀ ତଥା ଅଧ୍ଯୟନରତ ସମସ୍ତ ଛାତ୍ରଛାତ୍ରୀ ଶୁଭେଚ୍ଛା ସହ କୃତଜ୍ଞତାଜଣାଇଛନ୍ତି।

0
0
0
s2sdefault